
ପଟ୍ଟାମୁଣ୍ଡାଇ ତା ୮/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନରତ ୨୫୭ଜଣ ଶିକ୍ଷାର୍ଥୀଙ୍କ ମା ମାନଙ୍କୁ ନେଇ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷାବିତ ରାମ ଚନ୍ଦ୍ର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ମାତୃ ସମ୍ମିଳନୀରେ ସ୍କୁଲ ପରିଚାଳନା କମିଟି ସଭାପତି ଦମୟନ୍ତୀ ଗିରି ମୁଖ୍ୟଅତିଥି,ଗୁଲ ନଗର ଗାୟତ୍ରୀ ପରିବାର ମହିଳା ମଣ୍ଡଳ ମୁଖ୍ୟ ସ୍ରୋତସ୍ବିନୀ ପାତ୍ର ମୁଖ୍ୟବକ୍ତା,ଅଢାଖଣ୍ଡ ମଠସାହି ୟୁ ଜି ୟୁ ପି ସ୍କୁଲ କ୍ଲଷ୍ଟର ସି ଆର ସି ସି ନୀଳମଣି ବେହେରା ,ନରସିଂହପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଧାଂଶୁବାଳା ମହାପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ଉତ୍ତମ ଚରିତ୍ର ଗଠନରେ ମା ମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହିତ ମହିଳାମାନେ ଏକାଠି ହୋଇ ସ୍ୱର ଉତ୍ତୋଳନ କଲେ ସାମାଜିକ ପରିବର୍ତନ ସହ ସୁସ୍ଥ ସମାଜ ଗଠନ ହୋଇ ଦେଶ ଓ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏଇ ଅବସରରେ ମା ମାନଙ୍କ ମଧ୍ୟରେ ଆୟୋଜିତ ମ୍ୟୁଜିକ ଚେୟାର ପ୍ରତିଯୋଗିତାର କୃତୀ ମା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ୮ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍ୱାଗତସଂଗୀତ ପରିବେଷଣ କରିଥିଲେ । ଶେଷରେ ପ୍ରଧାନଶିକ୍ଷୟତ୍ରୀ ନିବେଦିତା ଦାଶ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଅଜିତ ପାତ୍ର, ଜଗନ୍ନାଥ ନାୟକ, ସହକାରୀ ଶିକ୍ଷୟତ୍ରୀ ମିନତୀ ପଣ୍ଡା ଓ ସନ୍ଧ୍ୟାରାଣୀ ଦାଶ ପରିଚାଳନା କରିଥିଲେ ।
