ନୂଆ ପଞ୍ଜିିକାରେ ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ : ରାଜନୈତିକ ଅସ୍ଥିରତା, ଦେଶର ସୀମାରେ ଅଶାନ୍ତିର ଭବିଷ୍ୟବାଣୀ

ଅଜି ୧୪ ଅପ୍ରେଲ ୨୦୨୬ (ମଙ୍ଗଳବାର)ରେ ପାଳନ କରାଯାଉଛି ଓଡ଼ିଆ ନବବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି । ଏହି ଅବସରରେ ଓଡିଶାର ଘରେ ଘରେ ପଣାର ଆସର ଜମିବା ସହିତ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆ ବର୍ଷ ପ୍ରାରମ୍ଭ ହୋଇଥିବାରୁ ନୂତନ ପାଞ୍ଜିର ପ୍ରଚଳିତ ହୋଇଛି। ଏହି ବର୍ଷ ମୀନ ରାଶିରେ ଶନି, ଶୁକ୍ର, ରବି ଓ ଚନ୍ଦ୍ରଙ୍କ ଚତୁଗ୍ରହ ଯୋଗ ଯୋଗୁଁ କିଛି ପ୍ରାକୃତିକ ଦୁର୍ବିପାକ ଓ ରାଜନୈତିକ ଅସ୍ଥିରତା ସହ ଦେଶ ସୀମାରେ ଅଶାନ୍ତିର ଭବିଷ୍ୟବାଣୀ ରହିଛି ।

blank
ଭୁବନେଶ୍ୱର ୧୪/୪ -ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଭାବରେ ଓଡିଆ ଘରେ ପାଳନ କରାଯାଏ । ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ମଧ୍ୟ ଆରମ୍ଭ ହୋଇଥାଏ। ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ଆଜିଠାରୁ ଏକମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ। ଓଡିଶାରେ ସାଧାରଣତଃ ୩ ପ୍ରକାରର ପାଞ୍ଜି ପ୍ରଚଳିତ ରହିଛି । ସେଥିରେ ଜଗନ୍ନାଥ ପଞ୍ଜିକା, ବିରାଜ ପାଞ୍ଜି, ଚୈତନ୍ୟ ପାଞ୍ଜି । ଏହା ବ୍ୟତୀତ ଖଡିରତ୍ନ ପଞ୍ଜିକା, କୋହିନୂର ପଞ୍ଜିକା, ରାଧାରମଣ ପାଞ୍ଜି ବ୍ୟବହୃତ ହୋଇଥାଏ । ତେବେ ଓଡିଶାରେ ୨ ମଣ୍ଡଳ ରହିଛି, ଯଥା ଜଗନ୍ନାଥ ମଣ୍ଡଳ ଓ ବିରଜା ମଣ୍ଡଳ । ଏସବୁ ମଧ୍ୟରୁ ୨ଟି ପଞ୍ଜିକାର ଅଧିକ ବ୍ୟବହାର ରହିଛି ।

ଜଣେ ଜୋତିଷ କୁହନ୍ତି ଆଜି ଠାରୁ ପ୍ରଚଳିତ ନୂଆ ପଞ୍ଜିିକାରେ ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି, ଭୂକମ୍ପ, ଯୁଦ୍ଧ ସହ ଦେଖା ଦେବ ରାଜନୈତିକ ଅସ୍ଥିରତା । ରାଜ୍ୟରେ ସରକାରଙ୍କୁ ଅଡୁଆରେ ପକାଇପାରନ୍ତି ବିରୋଧୀ । ଦେଶରେ ସୀମାରେ ଅଶାନ୍ତି ଓ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ।

ପଞ୍ଜିିକାରେ ଚଳିତ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପାଇଁ ଅନେକ ସଙ୍କଟ ରହିଛି । ବିରୋଧୀ ଦଳମାନେ ସକ୍ରିୟ ହୋଇ ଅନେକ ଅପ୍ରୀତିକର ପରିସ୍ଥିତିରେ ସରକାରଙ୍କୁ ଅଡୁଆରେ ପକାଇବେ । ରାଜ୍ୟର ମୁଖିଆ ଓ ଅନେକ ମନ୍ତ୍ରୀମାନେ ଘନ ଘନ ବିଦେଶ ଗସ୍ତ କରି ରାଜ୍ୟର ରାଜସ୍ୱ ହାନୀ କରିବେ । ଫଳରେ ଦେଶ ତଥା ବିଦେଶରେ ପିଏମଙ୍କ ସୁନାମ ବୃଦ୍ଧି ପାଇବ । ତେବେ ମେଷ , ବୃଷ, ମିଥୁନ , କର୍କଟ , ସିଂହ, କନ୍ୟା , ତୁଳା , ବିଛା , ଧନୁ , ମୀନ ରାଶିର ଆୟ ଅପେକ୍ଷା ବ୍ୟୟ କମ ହେବାର ଯୋଗ ରହିଛି । ଆଉ ହଳଦିଆ ଜିନିଷର ଦର ଦାମ ଯଥା ହଳଦୀ, ସୁନା ଆଦିର ଦର ବୃଦ୍ଧି ପାଇବ । ସବୁପ୍ରକାର ଅପ୍ରୀତିକର ପରିସ୍ଥିତି, ଗ୍ରହଙ୍କ ଚଳନ ଆଦି ସତ୍ତ୍ୱେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶରଣ ହିଁ ସବୁ ବିପଦ ଆପଦରୁ ମୁକ୍ତି କରିବ ବୋଲି ସେ କହିଛନ୍ତି ।

Next Post

ସମ୍ବିଧାନର ସୁରକ୍ଷା ଦେଶର ସୁରକ୍ଷା: ଆମ୍ବେଦକର ବିଚାରମଞ୍ଚ

Tue Apr 14 , 2026
କେନ୍ଦ୍ରାପଡ଼ା,୧୪ା୪:ଡକ୍ଟର ଆମ୍ବେଦକର ବିଚାରମଞ୍ଚ,କେନ୍ଦ୍ରାପଡା ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଭାରତବର୍ଷର ପ୍ରଥମ ଆଇନମନ୍ତ୍ରୀ ପୁଣ୍ୟାତ୍ମା ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଟାଉନହାଇସ୍କୁଲ ସନ୍ନିକଟରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ପ୍ରଫେସର ପରିଡା ସମ୍ବିଧାନର ଭାବ ଓ ଭାଷାର ଯଥାର୍ଥ ଅନୁପାଳନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading