
ଭୁବନେଶ୍ୱର ୩୦/୧୧- ରାଜ୍ୟ ସରକାର ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକାକୁ ନେଇ କଠୋର ହେଇଛନ୍ତି । ସରକାରୀ ବାବୁମାନେ ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ହେବନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଚିଠି ଜାରି ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ବହୁବାର ଜିଏ ବିଭାଗ ପକ୍ଷରୁ ସମ୍ପତ୍ତି ତାଲିକା ଦେବାକୁ ଚିଠି ଲେଖାଯାଇଥିଲା । ହେଲେ ଅନେକ ବାବୁ ଦେଇନାହାନ୍ତି ସମ୍ପତ୍ତି ତାଲିକା । ଯେଉଁଥିରେ ସରକାର ଏବେ କଠୋର ହୋଇଛନ୍ତି । ବର୍ତ୍ତମାନ ସବୁ ବିଭାଗର ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୱାରୀ ବାବୁଙ୍କର ସମ୍ପତ୍ତି କେତେ ତାହା ଏଚଆରଏମଏସ ପୋର୍ଟାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏଥିପାଇଁ ମେ ୩୧କୁ ଡେଡଲାଇନ ରଖାଯାଇଛି ।
