ସାଂସଦ ବୈଜୟନ୍ତଙ୍କ ହସ୍ତକ୍ଷେପ ପରେ ଦକ୍ଷିଣ ଆଫ୍ରିକାରୁ ମର ଶରୀର ଗାଁରେ ପହଂଚିଲା

blank
ପଟ୍ଟାମୁଣ୍ଡାଇ ୫/୪ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରତାପ ମଲିକ ସୁଦୂର ସାଉଥ ଆଫ୍ରିକାରେ କାମ କରୁଥିଲେ । ନିକଟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ମାତ୍ର ସେଠାରୁ ତାଙ୍କ ମର ଶରୀର ନିଜ ଜନ୍ମ ମାଟି ଶ୍ରୀରାମପୁର ଆସିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ମୃତ ପ୍ରତାପଙ୍କ ପରିବାର ଲୋକ ଓ ଶ୍ରୀରାମପୁର ଗ୍ରାମବାସୀ ଏ ସମ୍ପର୍କ ସହାୟତା କରିବା ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ । ସାଂସଦ ପଣ୍ଡା କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଓ ସାଉଥ ଆଫ୍ରିକା କମିସନରଙ୍କ ସହିତ ଯୋଗାଯୋଗ କରି ମୃତ ପ୍ରତାପ ମଲିକଙ୍କ ମର ଶରୀର ଓଡିଶା ଫେରାଇ ଆଣିବା ସହିତ ନିଜ ଗାଁ ଶ୍ରୀରାମପୁର ପଠାଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ଭାଜପା ନେତା ଲଳିତ ବେହେରା ଓ ଶ୍ରୀରାମପୁର ସମିତି ସଭ୍ୟ ଉତମ ଜେନା ମର ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାଂସଦ ଶ୍ରୀପଣ୍ଡାଙ୍କ ସହାୟତା ପାଇଁ ଭାଜପା ନେତା ସୁଶୀଲ ପରିଡା, ମନୋଜ ନାୟକ, ଗିରିଜା ଶଙ୍କର ସାମଲ, ପରେଶ ସାହୁ, ଚନ୍ଦନ ପାତ୍ର ପ୍ରମୁଖ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Next Post

ଉଦ୍ୟମ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

Sat Apr 5 , 2025
କେନ୍ଦ୍ରାପଡ଼ା,୫ା୪: ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗରାପୁରସ୍ଥିତ ମହାବୀର ହନୁମାନ ଆଶ୍ରମରେ ନବଦିନ ବ୍ୟାପି ଚାଲିଥିବା ଶ୍ରୀରାମଚରିତ ମାନସ ପାରାୟଣ ଅବସରରେ ଗରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରକୁ ଆଶ୍ରମର ମୁଖ୍ୟ ତଥା ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ରକ୍ତଦାନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading