
ପଟ୍ଟାମୁଣ୍ଡାଇ ୨୧/୯- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ନୀଳକଣ୍ଠପୁର ଗ୍ରାମର ଜଣେ ଯୁବକଙ୍କର ସର୍ପାଘାତରେ ଗୁରୁବାର ମୃତ୍ୟୁ ଘଟିଛି। ସେ ପଟ୍ଟାମୁଣ୍ଡାଇ ସହରର ଚାଟ ବ୍ୟବସାୟୀ ମଧୁସୂଦନ ନନ୍ଦୀ (୩୫) ।
ପ୍ରକାଶ ଯେ ମଧୁସୂଦନ ୧୯ତାରିଖ ରାତିରେ ନିଜ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାରଲୋକ ଓ ଗ୍ରାମବାସୀ ତତ୍କାଳ ଚିକିତ୍ସା ପାଇଁ ମଧୁସୂଦନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ ପରେ କେନ୍ଦ୍ରାପଡ଼ା ହସ୍ପିଟାଲ ନେଇଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଧୁସୂଦନଙ୍କ ମୃତ୍ୟୁ ଘଟିଛି । ନୀଳକଣ୍ଠପୁର ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅତ୍ୟନ୍ତ ଗରିବ ଶ୍ରେଣୀର ମଧୁସୂଦନ ଚାଟ୍ ବ୍ୟାବସାୟ କରି ପରିବାର ଚଳାନ୍ତି । ତାଙ୍କ ଘରେ ବିଧବା ପତ୍ନୀ ଓ ଛୋଟ ଛୋଟ ୨ପୁଅ ଅଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ଆଂନଜୀବୀ ତପନ ନନ୍ଦୀ, ଅଭିରାମ ନନ୍ଦୀ, ସତ୍ୟପ୍ରିୟ ସାହୁ, ହରିହର ବେହେରା, ଶୈଳେନ୍ଦ୍ର ସାହୁ, ଏକାଦଶୀ ସାହୁ, ଗୋକୁଳ ନନ୍ଦୀ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
