ମୁଖ୍ୟମନ୍ତ୍ରଙ୍କ କେନ୍ଦ୍ରାପଡ଼ା ଗସ୍ତ. ତ୍ରିରଙ୍ଗାରାଲିରେ ସାମିଲ ହେବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା, ୮/୬- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ନେଇ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମହାକାଳପଡ଼ା ମାନ୍ୟବର ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଉପସ୍ଥିତ ଥିଲେ। ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁସାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡ଼ାରେ ଭବ୍ୟ ସ୍ୱାଗତ ସହ ତ୍ରିରଙ୍ଗା ରାଲିରେ ମାଉସୀମା ମନ୍ଦିର ଠାରୁ ବଳଦେବ ଜିଉ ମନ୍ଦିର ପର୍ଯ୍ୟନ୍ତ ସାମିଲ ହେବେ। ପରେ ବଳଦେବଜିଉଁଙ୍କୁ ଦର୍ଶନ ଏବଂ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିବା ସହିତ କିପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରାଯିବ ସେଥିପ୍ରତି ପ୍ରସ୍ତୁତିକୁ ଜୋରଦାର କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତା କାଲି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ସ୍ଥାନୀୟ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅସ୍ଥାୟୀ ହେଲି ପ୍ୟାର୍ଡରେ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି ।

Next Post

ଗଣମାଧ୍ୟମର ସ୍ୱାଧୀନତା ଓ ସୁରକ୍ଷା

Sun Jun 8 , 2025
ଭାରତ ଭଳି ବୃହତ୍ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରତ୍ୟହ ଘଟୁଥିବା ଘଟଣାବଳୀ, ତଥ୍ୟ ଓ ସମାଚାର ଜନସାଧାରଣଙ୍କ ପାଖରେ ପହଁଚାଇବାରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଗଣମାଧ୍ୟମ ନିରପେକ୍ଷ ଭାବେ ଲୋକଙ୍କ ଆଗରେ ସତ ଘଟଣା ପରିବେଷଣ କରିବା ଅପରିହାର୍ଯ୍ୟ । ନାଗରିକଙ୍କ ଧନଜୀବନର ସୁରକ୍ଷା ଓ ସେମାନଙ୍କ ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ସମ୍ବିଧାନରେ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି। ଗଣମାଧ୍ୟମର ସ୍ୱାଧୀନତା ସମ୍ବିଧାନର ଧାରା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading