
ପଟ୍ଟାମୁଣ୍ଡାଇ ତା ୫/୫ ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିସ୍ମୟକର ବିଜୟ ପରେ ପଟ୍ଟାମୁଣ୍ଡାଇ ଭାଜପା ମଧ୍ୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଏହି ପରିପେକ୍ଷିରେ ଭାଜପା ନେତା ଓ କର୍ମୀମାନେ ବାଜା ବଜାଇ ବାଣ ଫୁଟାଇ ବିଜୟ ଶୋଭାଯାତ୍ରା ଉତ୍ସବ ପାଳନ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବରିଷ୍ଠ କାଉନସିଲର ବିଦ୍ୟାଧର ସେଠୀଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ପୁରୁଣା କେନାଲ ପୋଲ ଛକଠାରେ ବିଜୟ ଉତ୍ସବ ପାଳନ କରାଯାଇଛି। ଏଥିରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗର ସଭାପତି ପଦ୍ମନାଭ ପଣ୍ଡା, ବିଶ୍ବରଂଜନ ପାତ୍ର, ଉପେନ୍ଦ୍ର ନାୟକ, ଶଶିକାନ୍ତ ସ୍ୱାଇଁ, ଆଡଭୋକେଟ୍ ସଞ୍ଜୟ ସାହୁ, ସୁଧାଂଶୁ ଶେଖର ଜେନାଙ୍କ ସମେତ ରବୀନ୍ଦ୍ର ପାତ୍ର, ଚନ୍ଦନ ପାତ୍ର, ରବୀନ୍ଦ୍ର ବିଶ୍ୱାଳ,ଅଭୟ ପାତ୍ର, ସମର ସାହୁ, ସମୀର ପାତ୍ର, କ୍ଷୀରୋଦ ପାତ୍ର, ପlରେଶ୍ୱର୍ ପାତ୍ର, କାଉନସିଲର ପ୍ରତିନିଧି ହୃଷିକେଶ ମଲିକ,ବିମଳ ରଞ୍ଜନ ତ୍ରିପାଠୀ, ଶୈଳେନ୍ଦ୍ର ପାତ୍ର, ସନ୍ତୋଷ ସ୍ୱାଇଁ, ବିଦ୍ୟାଧର ମଲିକ,ପୂର୍ବତନ ମହିଳା ମୋର୍ଚ୍ଚା ସଭାପତି ରଶ୍ମିତା ସାହୁ, ତୁଳସୀ ବିଶ୍ଵାଳ, ମମତା ସେଠୀ ପ୍ରମୁଖ ବିଜେପିର ବହୁ ପୁରାତନ କାର୍ଯ୍ୟକର୍ତ୍ତା,ୱାର୍ଡ ସଭାପତି, ବହୁ କର୍ମୀ ଓ ମହିଳା କର୍ମୀ ଯୋଗଦେଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳିବା ସହିତ ଝାଲମୁଡ଼ି ଓ ମିଠା ବାଣ୍ଟି ଥିଲେ।

ସେହିପରି ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଶୋଭାଯାତ୍ରାରେ ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକାର ବେହେରା, ଜିଲ୍ଲା ବିଜେପି ଉପସଭାପତି ଭାରତ ଭୂଷଣ ଦାସ ( ବାବୁ ) ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ବରିଷ୍ଠ ନେତା ସଞ୍ଜୟ ସାହୁ ନଗର ବିଜେପି ସଭାପତି ଅଶୋକ ସାହୁ, ଯୁବନେତା ମିଟୁ ମନୋଜ ନାୟକ, ନଗର ପ୍ରତିନିଧି ସୁରେଶ ସାହୁ ଆଡ଼ଭୋକେଟ ଶିଶିର ମଳିକ ଡାମରପୁର ସମିତି ସଭ୍ୟା ନିରୁପମା ସାହୁ ଯୁବ ନେତା ସୁଶୀଲ ପରିଡା, ସୁଶାନ୍ତ ସାମନ୍ତରାୟ ଧରଣୀଧର ଭୂୟାଁ ଗଗନ ପ୍ରସାଦ ବାରିକ, ରାଜ କିଶୋର ସାହୁ, ନଗର ମହିଳା ମୋର୍ଚା ସଭାନେତ୍ରୀ ରଶ୍ମିତା ସାହୁ ଭାନୁପ୍ରକାଶ ପରିଡା ଯୁବନେତା ରତି ରଞ୍ଜନ ସାହୁ ସଞ୍ଜୟ ସ୍ୱାଇଁ ପିତାମ୍ବର କର ଭାଗ୍ୟଧର ସାହୁ ପ୍ରମୁଖ ବହୁ ବିଜେପି ନେତା କର୍ମକର୍ତ୍ତା ଜୟ ଶ୍ରୀରାମ ଧ୍ୱନି ଦେଇ ବାଜା ବଜାଇ ବାଣ ଫୁଟାଇ ଶୋଭାଯାତ୍ରାରେ ବାହାରି ପଟାମୁଣ୍ଡାଇ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲେ । ମିଷ୍ଟାନ ବଣ୍ଟନ କରିଥିଲେ । ବିଜେପିର ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରି ମିଷ୍ଟାନ ବଣ୍ଟନ କରିଥିଲେ ।
