ରାମ ମନ୍ଦିର ପରିସରରେ ଶ୍ରୀରାମ ନବମୀ ପାଳନ

blank
କେନ୍ଦ୍ରାପଡ଼ା, ତା ୨୭/୩: ଆଜି କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରେ ମନ୍ଦିର କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ସଭାପତିତ୍ୱରେ ଶ୍ରୀରାମ ନବମୀ ମହା ଧୁମ ଧାମରେ ପାଳନ ହୋଇ ଯାଇଛି। ରାମ ମନ୍ଦିର ପରିସରରୁ ଏକ ବିରାଟ କଳସ ଶୋଭାଯାତ୍ର ବାହାରି ଗୁଲନଗର ପଞ୍ଚାୟତ ସୁଜାନଗର ଗ୍ରାମ ସ୍ଥିତ ଗୋବରୀନଦୀ ମହାବୀର ତୁଠ ପର୍ଯ୍ୟନ୍ତ ଯାଇଥିଲା। ସେଠାରୁ ଭକ୍ତମାନେ କଳସରେ ପାଣି ଆଣିବା ପରେ ଶୋଭାଯାତ୍ରାରେ ପତ୍ୟାବର୍ତ୍ତନ କରିଥିଲେ । ଏହି ଶୈାଭାଯାତ୍ରାରେ ଘଣ୍ଟ,ଘଣ୍ଟା, ନାମ ସଂକୀର୍ତ୍ତନ, ହରିବୋଲ, ଶଙ୍ଖ, ହୁଳହୁ ଳି ଶବ୍ଦ ମଧ୍ୟରେ ତିନିମୂହାଣୀ ରାମ ମନ୍ଦିରକୁ ପତ୍ୟାବର୍ତ୍ତନ କରିଥିଲା । ସେଠାରେ କଳସ ସ୍ଥାପନ ହେବା ପରେ ବିଧି ଅନୁସାରେ ସମସ୍ତ ପୂଜାଅର୍ଚ୍ଚନା କାଯାଇଥିଲା । ଏହି ଶୌଭାଯାତ୍ରାରେ କୁନିକୁନି ପିଲାମାନେ ରାମ, ଲକ୍ଷଣ, ହନୁମାନ, ସୀତା ବେଷରେ ସାମିଲ ହୋଇଥିଲା । କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟାର,ର୍ ବିଜେପି ନେତା ଭୁବନ ମୋହନ ଜେନା, ବିକ୍ରମ କେଶରୀ ରାଉତ, ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ପୂର୍ବତନ ବିଜେପି ବିଧାୟକ କିଶୋର ତରାଇ, ସାମାଜସେବୀ ରଞ୍ଜିତ ସାହୁ, ଏସଡିପିଓ ଜ୍ୟୋତିରଞ୍ଜନ ଗୌଡା, ସୁନାକାର ବେହେରା, କନ୍ତିଆ ମଠର ବାବା ସିଦ୍ଧାର୍ଥ ଶଙ୍କର ଦାସ, ଛେଦରା ମଠର ମଠାଧୀଶ ଯଶୋବନ୍ତ ଦାସ ମହାରାଜ, ବାବାଜୀ ଅଦ୍ୱିତ୍ୟ ଦାସ ମହନ୍ତ ମହାରାଜ, ଗୁଲନଗର ସରପଞ୍ଚଙ୍କ ପ୍ରତିନିଧି କରୁଣାକର ଦାସ, ପ୍ରସନ୍ନ ପରିଡା, ସମାଜସେବୀ ଉମେଶ ଦାସ, ସରକାରୀ ଆଇନଜୀବୀ ଶାନ୍ତି ସ୍ୱରୂପ ଭୂୟାଁ, ତୁଷାର ଘୋଷ, ସମାଜସେବୀ ପଦ୍ମନାଭ ଦାସ, ଶିବ ପ୍ରକାଶ ଜେନା, ପୋଲିସ କର୍ମଚାରୀ ଗଣେଶ୍ୱର ବେହେରା ଓ ପ୍ରଶାନ୍ତ କୁମାର ସାମଲ, ରାଜନେତା ସରୋଜ କୁମାର ପରିଡା, ଦେବୀପ୍ରସାଦ ତ୍ରିପାଠୀ, ପ୍ରଫୁଲ୍ଲ ଦାସ, ନାରୀନେତ୍ରୀ ପାର୍ବତୀ ନାୟକ, ଅଲିଅଳ ବଳ, ପିତାମ୍ବର ପୃଷ୍ଟି, ପୋଲିସ ସଙ୍ଘ ଜିଲ୍ଲାସଭାପତି ମାନସ ମହାନ୍ତି ପ୍ରମୁଖ ଉପସ୍ଥିତି ରହି ହଜାର ହଜାର ଭକ୍ତଙ୍କ ସହିତ ମିଶି ଶ୍ରୀରାମ ନବମୀ ଉତ୍ସବ ପାଳନ କରିଥିଲେ।

Next Post

ଦୃଢ ସଂଗଠକ ଭାବେ ଜୋତିରଞ୍ଜନ ସମ୍ବର୍ଦ୍ଧିତ

Fri Mar 27 , 2026
କେନ୍ଦ୍ରାପଡ଼ା ୨୭/୩: କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ହେଉଥିବା ଶୁଭଦ୍ରା ଶକ୍ତି ମେଳା ଓ ପ୍ରାଣୀ ସମ୍ପଦ ମେଳାରେ ଦୃଢ଼ ସଂଗଠକ ଭାବେ ଜୋତିରଞ୍ଜନ ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଡେରାବିଶ ବ୍ଲକ ପ୍ରାଣୀ ବିଭାଗ ଅଧୀନରେ କାର୍ଯ୍ୟ କରିଥିବା ଜୋତି ରଞ୍ଜନ ପ୍ରାଣୀ ସମ୍ପଦ ମେଳାକୁ ସଫଳ ଦେବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଶ୍ରୀ ଜେନା ଏହି ମେଳା ଗୋ ସମ୍ପଦ ଚାଷ ପାଇଁ ଡେରାବିଶର ବିଭିନ୍ନ ଅଞ୍ଚଳରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading