ବନ୍ୟା ରିଲିଫରୁ ବଞ୍ଚିତ ମାଣିକପାଟଣା ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟିଲେ


କେନ୍ଦ୍ରାପଡ଼ା,୧ା୧୦:ବ୍ରାହ୍ମଣୀ କୂଳରେ ଅବସ୍ଥିତ ସର୍ବାଧିକ ବନ୍ୟା କ୍ଷତିଗ୍ରସ୍ତ ଆଳି ବ୍ଲକର ମାଣିକପଟଣା ପଞ୍ଚାୟତ ସରକାରୀ ରିଲିଫ ଓ ଅନ୍ୟାନ୍ୟ ସହାୟତା ପାଇବାରୁ ସମ୍ପୂର୍ଣ ବଞ୍ଚିତ ହେଇଛି।ପ୍ରାୟ ଦୁଇମାସ ଧରି ପାଞ୍ଚଥର ବନ୍ୟା କ୍ଷତିଗ୍ରସ୍ତ ପଞ୍ଚାୟତବାସୀ ବାରମ୍ବାର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହେଇଥିଲେବି କିଛି ସୁଫଳ ନମିଳିବାରୁ ବାଧ୍ୟହେଇ ବନ୍ୟାର ମାସକ ପରେ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଇଛନ୍ତି। ସମସ୍ତ ପରିବାରକୁ ରିଲିଫ ପ୍ରଦାନ କରାଯିବା, ଭାଙ୍ଗିଯାଇଥିବା ଗୃହକୁ ସଜାଡ଼ିବା ପାଇଁ ଆର୍ôଥକ ସହାୟତା, ସମସ୍ତ ଫସଲ ନଷ୍ଟ ହେଇଥିବାରୁ ଗୋଖାଦ୍ୟ ଯୋଗାଣ, ରବି ଫସଲ ପାଇଁ ଆଗୁଆ ଆନୁସଙ୍ଗିକ ସହାୟତା ପ୍ରଦାନ,ସମ୍ପୂର୍ଣ କୃଷିରୁଣ ଛାଡ ପ୍ରଭୃତି ଦାବିକରି ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଥିଲେ।ଏହି ପ୍ରତିନିଧି ଦଳରେ ଅଞ୍ଚଳର ବରିଷ୍ଠ ନେତା ପ୍ରତାପ ଜେନା, ସମିତି ସଭ୍ୟ ଅକ୍ଷୟ ତରାଇ, ସରପଞ୍ଚ ପ୍ରତିନିଧି ରଞ୍ଜନ ତରାଇ, ନିତ୍ୟାନନ୍ଦ ପାତ୍ର, କୈଳାସ ପାତ୍ର, ଜଗନ୍ନାଥ ପରିଡା, ନଳିନିକାନ୍ତ ଦାସ, ସୁଶାନ୍ତ ପରିଡା, ନିରଞ୍ଜନ ପରିଡା, ନିରଞ୍ଜନ କବି, କାଳନ୍ଦୀ ପରିଡା, ବିବେକ ବେହେରା, ଅରୁଣ ସାହୁ ଓ ଖଗେଶ୍ୱର ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ଦାବି ପୂରଣ ନହେଲେ ଆଳି ବ୍ଲକ ଅଫିସକୁ ଘେରାଓ କରାଯିବ ବୋଲି ପ୍ରତିନିଧି ଦଳ ପ୍ରଶାସନକୁ ଚେତାବନୀ ଦେଇଛି।

Next Post

ବାଳିକା ଉଚ୍ଚବିଦ୍ୟାଳୟରେ ଆଲୋଚନା ଚକ୍ର ଓ ସ୍ୱଚ୍ଛତା ଅଭିଯାନ

Fri Oct 2 , 2026
ପଟ୍ଟାମୁଣ୍ଡାଇରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ସମେତ ବେସରକାରୀ ସ୍କୁଲମାନଙ୍କରେ ଶୁକ୍ରବାର ଶ୍ରଦ୍ଧାର ସହ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟ ପରିସରରେ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading