
ପଟ୍ଟାମୁଣ୍ଡାଇ ତା ୨୬/୩-ନୂଆଦିଲ୍ଲୀ ସର୍ବଭାରତୀୟ ପେନସନର୍ସ ଆସୋସିଏସନ ଆହ୍ୱାନରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ବିରୋଧରେ ରାଜ୍ୟ ବ୍ୟାପି ଆନ୍ଦୋଳନ ଚାଲିଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ବିରୋଧୀ ଆଇନ ଭାଲିଡେସନ ଆକ୍ଟ ୨୦୨୫ କଳା ଆଇନ ପ୍ରତ୍ୟାହାର ଓ ପେନସନ ରୁଲ ଅପରିବର୍ତ୍ତିତ ରଖିବା ଦାବୀ ନେଇ ଅବସରପ୍ରାପ୍ତ କର୍ମଚାରୀମାନେ ଶୋଭାଯାତ୍ରାରେ ବାହାରି ପଟ୍ଟାମୁଣ୍ଡାଇ ବ୍ଲକ ଠାରେ ପହଂଚି ପ୍ରଧାନମନ୍ତୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ବ୍ଲକ ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ଉପସଭାପତି ପ୍ରଫେସର କୈଳାଶ ପାତ୍ର, ସମ୍ପାଦକ ଚତୃଭୁଜ ରାଉଳ ପ୍ରଫେସର ଭରତ ପାତ୍ର, ଇଂ ତ୍ରିଲୋଚନ ସୂତାର,ପାବନୀ ରାଉତ,ପ୍ରମୋଦ ନାୟକ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଇଂ ତପନ ପାତ୍ର, ପ୍ରଦୀପ ନାୟକ, ବିଜୟ ସାହୁ,ପ୍ରଦୀପ୍ତ ରଥ ସଚ୍ଚି ନନ୍ଦନ ଦାସ,ରାଜେନ୍ଦ୍ର ପ୍ରସାଦ ସିଂ ପ୍ରଫୁଲ୍ଲ ଶତପଥୀ, ବସନ୍ତ ପରିଡା, ଅଭୟ ପରିଡା, ବଂଶୀଧର ନାୟକ ପ୍ରମୁଖ ବହୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସାମିଲ ହୋଇଥିଲେ ।
