କେନ୍ଦ୍ରାପଡା ମହାବିଦ୍ୟାଳୟରେ ଆଣ୍ଟିରାଗିଂ ସପ୍ତାହ ପାଳିତ

blank
କେନ୍ଦ୍ରାପଡ଼ା,୨୦ା୮:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଆଣ୍ଟିରାଗିଂ ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସଭାପତିତ୍ୱରେ ଏବଂ ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ତିନିଶହରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରାଗିଂ ସମ୍ପର୍କରେ ସଚେତନ କରାଯାଇଥିଲା। ମହାବିଦ୍ୟାଳୟର କୈାଣସି ଛାତ୍ର କିମ୍ବା ଛାତ୍ରୀଙ୍କୁ ଶାରିରୀକ, ମାନସିକ ବା ଆର୍ଥିକ ଭାବରେ ରାଗିଂ ନକରିବାକୁ ପରାମର୍ଶ ଦିଆଯାଇଥିଲା। ଯଦି କୈାଣସି ଛାତ୍ର ବା ଛାତ୍ରୀ ଏଭଳି କୈାଣସି ରାଗିଂର ସମ୍ମୁଖୀନ ହୁଅନ୍ତି ତେବେ ତୁରନ୍ତ ଏସମ୍ପର୍କରେ ମହାବିଦ୍ୟାଳୟର ଆଣ୍ଟି ରାଗିଂ ସେଲକୁ ଜଣାଇବାକୁ ପରାମର୍ଶ ଦିଆଯାଇଥିଲା। ଚଳିତମାସ ୧୨ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟରେ ଏହି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇ.କ୍ୟୁ.ଏ.ସି. ସଂଯୋଜକ ଡ. ଦୀପ୍ତି ରାୟ, ବାଣିଜ୍ୟ ବିଭାଗ ମୁଖ୍ୟ ୱାଇ. ପଦ୍ମାବତୀ, ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ, ଡ. ସୁରେଶ ଚନ୍ଦ୍ର ଦାସ, ମନୋଜ ପ୍ରଧାନ, ବାବୁଲା ବେହେରା, ଗିରିଶ କୁମାର ସାହୁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଣ୍ଟିରାଗିଂ ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିବା ସହ ସଚେତନ କରାଇଥିଲେ।ଣ୍ଟ

Next Post

ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବେଠକ

Wed Aug 20 , 2025
କେନ୍ଦ୍ରାପଡ଼ା,୨୦ା୮: କେନ୍ଦ୍ରାପଡା ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବରେଡକ୍ରସର ସଭାପତି ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନାଙ୍କ ପୈାରହିତ୍ୟରେ ବୁଧବାର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ୩୦ଟି ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସର ପରାମର୍ଶଦାତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁବରେଡକ୍ରସର ଜିଲ୍ଲା ଆବାହକ ତଥା ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading