ନିଶାମୁକ୍ତ ଯୁବ – ବିକଶିତ ଭାରତ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା,୧୦ା୧୦:କେନ୍ଦ୍ରାପଡ଼ା ସାନ୍ଧ୍ୟ ଡିଗ୍ରୀ କଲେଜରେ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ସହ-ୟୁନିଟ୍ ପକ୍ଷରୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ‘ନିଶାମୁକ୍ତ ଯୁବ –ବିକଶିତ ଭାରତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟରଶ୍ମି ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଏଡିଏମଓ ଡା. ସଚ୍ଚିଦାନନ୍ଦ ମିଶ୍ର ମୁଖ୍ୟ ଅତିଥି, ବିରଜା ପ୍ରସାଦ ପତି ସମ୍ମାନିତ ଅତିଥି, ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ଡ. ପଦ୍ମଜାକବି ଶତପଥୀ, ପୂର୍ବତନ ଡିପିଓ ପ୍ରଦୀପ ରାଉତ ଏବଂ ବରିଷ୍ଠ ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଉଦ୍‌ଘାଟନ ପରେ ଜାତୀୟ ସଂଗୀତ ‘ବନ୍ଦେ ମାତରମ୍‌’ ଗାନ କରାଯାଇଥିଲା। ଏହାପରେ ସଭାପତି ଓ ଅତିଥିମାନେ ନିଶା ସେବନର କୁପ୍ରଭାବ ଉପରେ ଆଲୋକପାତ କରିବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ଭାରତ ଗଠନରେ ନିଜର ଯୋଗଦାନ ଦେବାକୁ ଆହ୍ୱାନ ଜଣାଇଥିଲେ। ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଓ ସାମାଜିକ ସଚେତନତାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ନିଶାମୁକ୍ତି ସମ୍ପର୍କିତ ପୋଷ୍ଟର ତିଆରି ପ୍ରତିଯୋଗିତା, ରିଲ୍‌ସ ନିର୍ମାଣ ଏବଂ ନୁକ୍କଡ଼ ନାଟକ ଆୟୋଜନ କରାଯାଇଥିଲା। ଏହି ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଶାର କୁପ୍ରଭାବ ବିଷୟରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ। ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯାଇଥିଲା। ଶେଷରେ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତିର ବାର୍ତ୍ତା ପ୍ରସାର କରିବା ସହ ସୁସ୍ଥ, ସଚେତନ ଓ ବିକଶିତ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।

Leave a Reply

Next Post

ମଦନପୁର କଲେଜରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ଉତେଜନା ଛାତ୍ର ବିଜେଡିର ଅଭିଯୋଗ

Sun Oct 11 , 2026
ପଟ୍ଟାମୁଣ୍ଡାଇ ୧୦/୧୦ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ,କେ ମହାବିର କଲେଜ ନିର୍ବାଚନକୁ ନେଇ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଅଣଛାତ୍ରଙ୍କ ହସ୍ତକ୍ଷେପ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଛି। କଲେଜ ପରିସରରୁ ଜଣେ ସଭାପତି ପ୍ରାର୍ଥୀଙ୍କୁ କେତେକ ଅଣଛାତ୍ର ଜୋରଜବରଦସ୍ତ ଉଠାଇ ନେଇ ମାରପିଟ୍ କରିବା ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ଆକ୍ରମଣର […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading