
କେନ୍ଦ୍ରାପଡ଼ା,୧୭ା୬ : ଆଇନ ମହାବିଦ୍ୟାଳୟ କଲୋନୀ ସ୍ଥିତ ମୁକ୍ତେଶ୍ୱର ଶିବ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ମୁକ୍ତେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ଭାବେ ବସନ୍ତ କୁମାର ଜେନା, ଉପସଭାପତି ଭାବେ ଉଦୟନାଥ ସାହୁ, ସମ୍ପାଦକ ଭାବେ ଡ. ପ୍ରଭାକର ମଲ୍ଲିକ, କମିଟି ସଦସ୍ୟ ଭାବେ ଡ. ସ୍ମୃତିରଞ୍ଜନ ବେହେରା, ଫକିର ରାଉତ, ସତ୍ୟପ୍ରିୟ ପରିଡା, ବିଜୟ କୁମାର ନାୟକ, ଭଞ୍ଜ କିଶୋର ଜେନା, ନରେନ୍ଦ୍ର ନାଥ ମହାରଣା, ସତ୍ୟପ୍ରିୟ ମହାନ୍ତି, ପ୍ରତାପ କୁମାର ମହାପାତ୍ର, ରଞ୍ଜନ କୁମାର ସାମନ୍ତରାୟ, ବସନ୍ତ କୁମାର ବରାଳ, ଅଶୋକ କୁମାର ମହାପାତ୍ର, ବିଚିତ୍ର କୁମାର ନାୟକ, ଶୁସାନ୍ତ କୁମାର ସେଠୀଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି।
