
ପଟ୍ଟାମୁଣ୍ଡାଇ ତା ୧୭/୬- ରାଜ୍ୟ ବିଜେପି ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ପରିକ୍ରମା କରିଥିବା ବିକାଶ ରଥ ପଟ୍ଟାମୁଣ୍ଡାଇ ବ୍ଲକ ପରେ ଆଜି ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଉଦଘାଟିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ପତାକା ଦେଖାଇ ରଥ କୁ ଉଦଘାଟନ କରି ସରକାରଙ୍କ ବିଭିନ୍ନ ବିକାଶ ଯୋଜନାକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ ।ଏହି ଉଦଘାଟନ ଉତ୍ସବରେ ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ, କାଉନସିଲର ଗୋପୀବଲ୍ଲଭ ନାୟକ, ପ୍ରଶାନ୍ତ ବାରିକ, ବିଦ୍ୟାଧର ସେଠୀ, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ସୁଶୀଲ ବେହେରା, ସି ଡି ପି ଓ ଲଷ୍ମୀମଣି ସିଂହ, ପୌରପରିଷଦ ଯୋଗାଣ ନିରୀକ୍ଷକ ପ୍ରିୟଙ୍କା ସାହୁ,ପଟ୍ଟାମୁଣ୍ଡାଇ ହସ୍ପିଟାଲର ଚିତ୍ତ ରଞ୍ଜନ ଚାନ୍ଦ, ନୋଡାଲ ଅଫିସର ମନୋରଞ୍ଜନ ଦାଶ, ସରୋଜ ପଣ୍ଡା, ତପସ୍ୱିନୀ ଦାଶ ପ୍ରମୁଖ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି, ଆଶା, ଅଙ୍ଗନବାଡି କର୍ମୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ଦାଶ, ହୃଷିକେଶ ନାଥ, ଗଙ୍ଗାଧର ନାୟକ ଓ ଗଣେଶ ପାତ୍ର ପରିଚାଳନା କରିଥିଲେ। ଏହା ପରେ ଏହି ରଥ ପଟ୍ଟାମୁଣ୍ଡାଇ ପୌର ପରିଷଦର ୧ନଂ ୱାର୍ଡରେ ପହଁଚିଲା ପରେ କାଉନ ସିଲର ଲଷ୍ମୀପ୍ରିୟା ସାହୁଙ୍କ ମାନ୍ୟଗଣ୍ୟବ୍ୟକ୍ତି ଓ ମହିଳାମାନେ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଏହାପରେ ଏକ ସଚେତନତା ସଭା କରାଯାଇ ରାସନ, ଭତ୍ତା, ଓ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା । ସେହିପରି ବିକାଶ ରଥ ୨ନଂ ୱାର୍ଡରେ ପ୍ରବେଶ କରିବା ମାତ୍ରେ କାଉନସିଲର ସନ୍ତୋଷ ଦାସ, ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳାମାନେ ରଥକୁ ସ୍ୱାଗତ କରିବା ପରେ ସଚେତନତା ସଭା କରାଯାଇ ରାସନ, ଭତ୍ତା, ଓ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା । ଏହାଛଡା ୩ନଂ ୱାର୍ଡରେ ବିକାଶ ରଥ ପ୍ରବେଶ କରିବା ମାତ୍ରେ ପୌର ଉପାଧକ୍ଷା ଅନୁପ୍ରିୟା ସାହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳାମାନଙ୍କ ସହିତ ରଥକୁ ସ୍ୱାଗତ କରିବା ପରେ ସଚେତନତା ସଭା କରାଯାଇ ରାସନ, ଭତ୍ତା, ଓ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାରଥିଲା । ଶେଷରେ ଏହି ବିକାଶ ରଥ ୪ନଂ ୱାର୍ଡରେ ପହଂଚିବା ମାତ୍ରେ କାଉନସିଲର ପ୍ରତିନିଧି ହୃଷିକେଶ ମଳିକ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ମହିଳାମାନଙ୍କ ସହିତ ସ୍ୱାଗତ କରିବା ପରେ ସଚେତନତା ସଭା କରାଯାଇ ରାସନ, ଭତ୍ତା ଓ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା ।
