ପଟ୍ଟାମୁଣ୍ଡାଇ ୧୫/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ହରେକୃଷ୍ଣ ନୋଡାଲ ହାଇସ୍କୁଲର ପରିସରରେ ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ସଂସଦ ପକ୍ଷରୁ ନାରାୟଣ ବେହେରାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ହୀରକ ଜୟନ୍ତୀ ସମାରୋହକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ। ଚଳିତ ହୀରକ ଜୟନ୍ତୀ ପାଳନ କୁ ସରସ ସୁନ୍ଦର କରିବା ପାଇଁ ଏକ ନୂତନ କମିଟି ଗଠନ କରାଯଅଇ ସର୍ବ ସମ୍ମୁଖରେ ନିଷ୍ପତି ହୋଇଥିଲା । କମିଟି ସଭାପତି ସମ୍ପାଦକ ଓ କୋଷାଧ୍ୟକ୍ଷ ନାମରେ ବ୍ୟାଙ୍କ ପାସବୁକ ଖୋଲାଯିବାକୁ ଏହି ବୈଠକରେ ଆଗତ ହୋଇ ସଭା ସମପ୍ତି କରାଯଅଇଥିଲା ।ଏହି ବୈଠକରେ ସଭାପତି ରବିନ୍ଦ୍ର ପରିଡା , ଯଦୁନାଥ ଧଳ, ଅଭୟ ପରିଡା,ହରିହର ପତି, ସୁବାଷ ଦାସ, ବିଭୁତି ପଣ୍ଡା, ସର୍ବେଶ୍ୱର ସେଠୀ, କୈଳାସ ମହାନ୍ତି, ଅଜୟ ସେନ ସମେତ ବହଙ ପୁରାତନ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।
