
ପଟ୍ଟାମୁଣ୍ଡାଇ ୨୭/୧୨- କେନ୍ଦ୍ରାପଡ଼ା ଜିଲାର ବିଶିଷ୍ଟ ସାରସ୍ୱତ ପ୍ରତିଭା ଯୁବ କବୟିତ୍ରୀ ଅଧ୍ୟାପିକା ତେଜସ୍ୱିନୀ ସାମଲଙ୍କୁ ତାଙ୍କର ସାରସ୍ୱତ ସାଧନା ପାଇଁ ଗାଁ ମଜଲିସ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ବାଲେଶ୍ୱର ଜିଲା ସୋର ସଂସ୍କୃତି ଭବନ ଠାରେ ଗାଁ ମଜଲିସ୍ ସାହିତ୍ୟ ସଂସଦ ବାର୍ଷିକ ଉତ୍ସବରେ ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ ବୈଷ୍ଣବ ଚରଣ ସାମଲ , ହେମନ୍ତ ରାଉତ, ରଜନୀକାନ୍ତ ମହାନ୍ତି, ଭରତ ବେହେରା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଯୁବ କବୟିତ୍ରୀ ଅଧ୍ୟାପିକା ତେଜସ୍ୱିନୀ ସାମଲଙ୍କୁ ତାଙ୍କର ସାରସ୍ୱତ ସାଧନା ଓ ଅବୁଝା ଝିଅ କବିତା ପାଇଁ ଗାଁ ମଜଲିସ ସାହିତ୍ୟ ସମ୍ମାନରେ ସମ୍ମାନିତ କରି ମାନପତ୍ର, ଉପଢୌକନ ଓ ଟ୍ରଫି ପ୍ରଦାନ କରିଥିଲେ । ସର୍ବାଣୀ ଦାସ ମଂଚ ପରିଚାଳନା କରିଥିବାବେଳେ ନିହାରକନ୍ୟା ସାହିତ୍ୟ ସଂସଦ ସମ୍ପାଦକ ସୁରଞ୍ଜନ ପାତ୍ର ସଂଯୋଜନା କରିଥିଲେ।
