ମା’ବାସନ୍ତୀକ ନବମୀ ପୂଜା ମହାସମାରୋହରେ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା,୨୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯିବା ପରେ ବୁଧବାର ମହାସପ୍ତମୀ ପୂଜା, ଅଷ୍ଟୋତ୍ତର ଶତକଳସ ଯାତ୍ରା, ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯାଇଛି। ଗୁରୁବାର ମହାଷ୍ଟମୀ ଅବସରରେ ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ପୀଠରେ ଷୋଡଶ ଉପାଚାରରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧିପୂଜା କରାଯାଇଥିଲା। ଏଥିସହିତ ମହାଷ୍ଟମୀ ବିହିତ ପୂଜାରମ୍ଭ, ଚଣ୍ଡୀପାଠ, ସନ୍ଧୀବଳି ପ୍ରେକ୍ଷଣ ପରେ ଅଷ୍ଟୋତ୍ତରଶତ ଦୀପ ଉତ୍ସର୍ଗ କରାଯାଇଥିଲା। ଶୁକ୍ରବାର ଶ୍ରୀରାମନବମୀରେ ମହାନବମୀ ବିହିତ ପୂଜା, ଚଣ୍ଡୀପାଠ, ନବକୁମାରୀ ପୂଜା, ଗୀତାହୁତି, ଚଣ୍ଡୀ ଆହୁତି, ପୂର୍ଣ୍ଣ ଆହୁତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଛି। ପୂଜାରେ ମୁଖ୍ୟ କର୍ତ୍ତା ଭାବେ ବିଳାସ କୁମାର ସ୍ୱାଇଁ ଓ ମୁଖ୍ୟକର୍ତ୍ତୀ ଭାବରେ ଦୈା୍ରପଦୀ କୁମାରୀ ସ୍ୱାଇଁ ଏବଂ ଉପକର୍ତ୍ତା ଭାବେ ଗୈାରାଙ୍ଗ ମୁଦୁଲି ଓ ଉପକର୍ତ୍ତୀ ଭାବେ ସୈାମିତ୍ରୀ ସାମଲ କାର୍ଯ୍ୟନିର୍ବାହ କରିଥିଲେ। ଏହି ପୂଜାକୁ ମୁଖ୍ୟ ପୂଜକ ଉମାଶଙ୍କର ପତିଙ୍କ ସମେତ ଆଚାର୍ଯ୍ୟ ବିରାଜ କୁମାର ପଣ୍ଡା, ପୁସ୍ତକାଚାର୍ଯ୍ୟ ମନୋଜ କୁମାର କର, ସହ ପୁସ୍ତକାଚାର୍ଯ୍ୟ ପ୍ରଭଞ୍ଜନ ମିଶ୍ର ଓ ଚଣ୍ଡୀପାଠକ ପ୍ରକାଶ କୁମାର ତ୍ରିପାଠୀ ପ୍ରମୁଖ ପୂଜାକାର୍ଯ୍ୟ ନିର୍ବାହ କରିଥିଲେ। ଏହାବ୍ୟତିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଆନନ୍ଦବଜାରରେ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା। ଗୁରୁବାର ସନ୍ଧ୍ୟାରେ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି କଟକ ଝାଞ୍ଜିରମଙ୍ଗଳାର ମେଲୋଡି ରକଷ୍ଟାର ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶନିବାର ବିଜୟା ଦଶମୀରେ ମା’ବାସନ୍ତୀକ ଦଶମୀ ବିହିତ ପୂଜା, ଅପରାଜିତା ପୂଜା, ସମୁହ ପୁଷ୍ପାଞ୍ଜଳି, ପୂର୍ଣ୍ଣ ଆଳତୀ, ବଳୟଧାରଣ, ଅଳତା ଓ ସିନ୍ଦୁର ଲାଗି, ସପ୍ତଦୀପ ବନ୍ଦାପନା, ଦେବୀଙ୍କ ପୁନଃ ଆଗମନ ପାଇଁ ମେଲାଣୀ, ଘଟକଳସ ଓ ନବପତ୍ରିକା ବିସର୍ଜ୍ଜନ କରାଯିବ ବୋଲି ପୂଜା କମିଟି ସଭାପତି ଦୀପକରଞ୍ଜନ ସ୍ୱାଇଁ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଓ ମୁଖ୍ୟ ଉପଦେଷ୍ଟା ଶିକ୍ଷାବୀତ ନିଳମଣୀ ସ୍ୱାଇଁ ପ୍ରମୁଖ ଜଣାଇଛନ୍ତି।

Next Post

ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ, ବାଇକଚାଳକକୁ ଗିରଫ ଦାବିରେ ରାସ୍ତାରୋକ

Fri Mar 27 , 2026
କେନ୍ଦ୍ରାପଡ଼ା,୨୭ା୩:କେନ୍ଦ୍ରାପଡା-ବସପୁର ରାସ୍ତାର କନ୍ତିଆ ଛକରେ ଶୁକ୍ରବାର ପ୍ରାତଃ ପ୍ରାୟ ୫ଟା ବେଳେ ଏକ ଦ୍ରୁତଗାମୀ ବାଇକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଅଭିଯୋଗ ଅନୁଯାୟୀ କୁଦାନଗରୀ ଥାନା ଅନ୍ତର୍ଗତ ମାହାରାକୂଳ ଗ୍ରାମର ଭାଗବତ ଦାସ ଓ ତାଙ୍କ ପତ୍ନୀ ସୁକାନ୍ତି ଦାସ(୫୭) ଦିଆନପାଟଣା (ଆଇତିପୁର)ରୁ ଯାତ୍ରା ଦେଖି ଚାଲି ଚାଲି ଘରକୁ ଫେରୁଥିବା ବେଳେ ଶୁକ୍ରବାର ସକାଳେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ(ୟାମାହା ଏଫଜେଡ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading