ବଳଦେବସେନା ପକ୍ଷରୁ ରାକ୍ଷୀପୂର୍ଣ୍ଣିମାରେ ସେବାକାର୍ଯ୍ୟ

blank
କେନ୍ଦ୍ରାପଡ଼ା,୯ା୮:ଆଜି ପବିତ୍ର ରକ୍ଷାବନ୍ଧନ ଓ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସଭ ପାଇଁ ତୁଳସୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି।ଏହି ଦିବସରେ ମହାପ୍ରଭୁଙ୍କ କୃପା ଭିକ୍ଷା କରିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ମହାପ୍ରଭୁ ହଲାୟୁଧ ଶ୍ରୀଶଙ୍କର୍ଷଣ ଆଜି ଲକ୍ଷେ ତୁଳସୀରେ ଅଭିଷେକ ହୋଇ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଢ଼ା ମଧ୍ୟରେ ଦିନରୁ ରାତ୍ର ଯାଏଁ ନାନା ପ୍ରକାର ଭୋଗ ଓ ପ୍ରସାଦ ବଣ୍ଟନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ତେଣୁ ଏହି ପବିତ୍ର ଦିବସ ଉପଲକ୍ଷେ ବଳଦେବ ସେନା ପକ୍ଷରୁ ମଧ୍ୟ ପ୍ରତୁଷ୍ୟରୁ ରାତ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ସମ୍ପାଦନ ହୋଇଥିଲା। ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ ମହାପ୍ରଭୁଙ୍କ ପବିତ୍ର ଅମୃତକୁଣ୍ଡ ବିତରଣ କରାଯାଇଥିଲା ଓ ପ୍ରାୟ ୫ଶହରୁ ଉର୍ଦ୍ଧ ବୃକ୍ଷ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଉଦ୍ଘାଟନ କରିଥିଲେ। ନୃସିଂହ ନାଥ ଏବଂ ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ସେନା ପକ୍ଷରୁ ନିୟୋଜିତ ଥିବା ସ୍ୱେଛାସେବୀ ଗଣ ମନ୍ଦିର ପରିସରରେ ଭିଡ଼ ନିୟନ୍ତ୍ରଣ କରିବା ସହ ଚୋରି ଓ ପକେଟ୍ ମାରମାନଙ୍କ ପ୍ରତି ଦୃଷ୍ଟି ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ପପୁନ୍ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ୍‌, ଉପସଭାପତି ନିରଞ୍ଜନ ସୁଆରଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟ ଯଥା ଆଶୁତୋଷ ପଣ୍ଡା, ଅନିଶ ସୁତାର, ଉମେଶ ବେହେରା, ହିମାଂଶୁ ରାଉତ, ଆଲୋକ ସାହୁ, ପଦ୍ମଲୋଚନ ସାହୁ, ଲଲାଟେନ୍ଦୁ ବେହେରା, ଚନ୍ଦନ ସ୍ୱାଇଁ, ଗିରିଜା ଦାସ ପ୍ରମୁଖ ସମ୍ପାଦନ କରିଥିଲେ।

Next Post

ଶ୍ରୀବଳଦେବଜୀଉଙ୍କ ଜନ୍ମ ଦିବସ ଓ ରାକ୍ଷୀପୂର୍ଣ୍ଣିମା

Sat Aug 9 , 2025
କେନ୍ଦ୍ରାପଡ଼ା,୯ା୮:ଆଜି ମହାସମାରୋହରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି। ଏଥିସହିତ ଲକ୍ଷେ ତୁଳସୀରେ ସଜେଇ ହୋଇଛନ୍ତି ମହାପ୍ରଭୁ ଶ୍ରୀବଳଦେବଜୀଉ। ଶ୍ରୀଜୀଉଙ୍କ ଜନ୍ମ ଉତ୍ସବ ଓ ରକ୍ଷାବନ୍ଧନ ନୀତି ପାଳନ ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ସେବାୟତଙ୍କ ଦ୍ୱାରା ଖିରି, ପିଠା ଓ କାନିକା ପ୍ରସାଦ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଉତ୍ସବ ଏବଂ ରକ୍ଷାବନ୍ଧନ ନୀତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading