ବ୍ରାହ୍ମଣୀ ନଦୀରେ ୪ର୍ଥ ବନ୍ୟା ; ବ୍ୟାପକ ଅଂଚଳ ଜଳମଗ୍ନ, ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ, ରୁଆ ବିଲରେ ବେକେ ପାଣି

blank

ପଟ୍ଟାମୁଣ୍ଡାଇ ୬/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ୧୪ଟି ପଂଚାୟତ ପୌରାଂଚଳର ପ୍ରାୟ ୧୧ଟି ଓାର୍ଡରେ ବାରମ୍ବାର ବନ୍ୟା ଆସି ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଚଳିତବର୍ଷ ଗତ ୨ମାସ ଭିତରେ ୪ ଥର ବନ୍ୟା ଜଳ ପ୍ରବେଶ କରି ପ୍ରାୟ ୭୦ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଥିବା ବେଳେ ସହସହ ହେକ୍ଟର ଚାଷଜମୀ ନଷ୍ଠ ହୋଇଯାଇଛି । ବ୍ରାହ୍ମଣୀରେ ବନ୍ୟା ଜଳ ବୃଦ୍ଧି ପାଇଥିବାରୁ ଧୋୟାଂଚଳର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଏହାଛଡା କୁମ୍ଭୀର ଭୟ ଲୋକମାନଙ୍କୁ ଅଧିକ ଆତଙ୍କିତ କରିଛି ।

blank
ସିଂହଗାଁ ପଂଚାୟତର ପୂର୍ଣ୍ଣଚନ୍ଦ୍ର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ସେହିପରି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳିର ସିଂହଗାଁ, ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ବଲୁରିଆ, ବାଲିପାଟଣା, ନିଳକଣ୍ଠପୁର ଆଦି ପଂଚାୟତ ଏକର ଚାଷଜମି ଜଳମଗ୍ନ ହୋଇପଡିଛି । ଧାର କରଜ କରି ଭେଡା ଅଂଚଳରୁ ତଳି କିଣି ଧାନ ରୁଆପୋତା କରିଥିବା ଚାଷି ହାତାସରେ ଅଛନ୍ତି । ବାରମ୍ବାର ବନ୍ୟା ଆସି ବହୁ ଧନଜୀବନ ହାନି ହୋଇଛି । ୪ ଟି ବନ୍ୟା ପରେ ମଧ୍ୟ ସରକାରୀ ସହାୟତା ମିଳିପାରୁନାହିଁ । ବନ୍ୟା ବିପନ୍ନ ଗରିବ ଲୋକଙ୍କ ପାଖରେ ।୪ଟି ବନ୍ୟା ପରେ ମଧ୍ୟ ଥରେ ହେଲେ ରିଲିଫ ପହଁଚିପାରିନାହିଁିଁ । ମାତ୍ର ପ୍ରଭାବିତ ଅଂଚଳରେ ମାଳମାଳ ନେତା ବୁଲୁଛନ୍ତି । ହେଲେ କେହି ସାମାନ୍ୟତମ ଚେଷ୍ଟା କରୁନଥିବା ଅଭିଯୋଗ ହୋଇଛି।
ଧୋୟାଂଚଳର ନରେନ୍ଦ୍ର ଧଳ କୁହନ୍ତି ଗତ ଦୁଇମାସ ହେବ ୪ ଥର ବନ୍ୟା ପାଣି ଅଂଚଳରେ ପ୍ରବେଶ କରି ବହୁ ଫସଲ ନଷ୍ଠ କରିବା ସହିତ ଅନେକ ଗରିବ ଲୋକଙ୍କ କଚାଘର ଭାଙ୍ଗି ଯାଇଛି । ବହୁ ଗରିବ ଦିନ ମଜୁରିଆ ଲୋକ କାମଧନ୍ଦା କରିବାକୁ ଯାଇ ପାରୁ ନାହାଁନ୍ତି । ଫଳରେ ପରିବାର ପ୍ରତିପୋଷଣ ପାଇଁ ଅସୁବିଧା ହେଉଛି । ସରକାରୀ ସୁବିଧା କି ରିଲିଫ ଆସୁନାହିଁ । ପିଇବା ପାଣି ଅସୁବିଧା ଦୂର କରିବାକୁ ଡଙ୍ଗାର ସହଯୋଗ ନେଉଛୁ । ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଛି । ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି ।
ସାମାଜିକ କର୍ମୀ ବୁଲୁ ସାହୁ କୁହନ୍ତି ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ବିଭିନ୍ନ ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି । ବନ୍ୟା ବିପନ୍ନ ବିଭିନ୍ନ ପଂଚାୟତର ରାସ୍ତା ଗୁଡିକ ବୁଡି ଯାଇଥିବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ପୌରାଂଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଂଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି । ବନ୍ୟା ପାଣିରେ ବୁଡି ରହି ଧାନ ନୂଆରୁଆ ପନିପରିବା ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଫଳରେ ବ୍ୟାପକ ଫସଲହାନୀ ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଗତ ୩ଟି ବନ୍ୟାରେ ଗୋଖାଦ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମିଳିଛି। ଏବେ ଖାଦ୍ୟ ଅଭାବ ଯୋଗୁଁ ଗୃହପାଳିତ ପଶୁ ଡହଳ ବିକଳ ହେଉଛନ୍ତି। ଶନିବାର ଅପରାହ୍ନ ଶୁଦ୍ଧା ବ୍ରାହ୍ମଣୀ ନଦୀରେ ଜଳସ୍ତର ଅପରିବର୍ତିତ ରହିଛିି। ତେବେ ୪ରି ଥର ବନ୍ୟା ପ୍ରଭାବିତ ହୋଇଥିବାବେଳେ ସେପଟେମ୍ବର ୬ତାରିଖ ସୁଦ୍ଧା ସରକାରଙ୍କ ପକ୍ଷରୁ ଥରେ ହେଲେବି ରିଲିଫ ବିପନ୍ନଙ୍କୁ ପ୍ରଦାନ କରାଯାଇନାହିଁ। ସେହିପରି ଆବଶ୍ୟକ ଅନୁଯାୟୀ ଗୋଖାଦ୍ୟ ଯୋଗାଇ ଦିଆଯାଉ ନାହିଁ। ଅନ୍ୟପକ୍ଷରେ ନଷ୍ଟ ହୋଇଯାଇଥିବା ଧାନ ପନିପରିବା ଚାଷର ତୁରନ୍ତ ତଦନ୍ତ କରି କ୍ଷତିପୂରଣ ସହିତ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ବନ୍ୟା ପ୍ରଭାବିତ ଜନସାଧାରଣ ଦାବି କରିଛନ୍ତି।

Next Post

ଏମ ଏନ ହାଇସ୍କୁଲର ୪ଜଣ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sat Sep 6 , 2025
ପଟ୍ଟାମୁଣ୍ଡାଇ ୬/୯ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ବହୁ ଗୌରବରେ ଗୌରବାନ୍ୱିତ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ୪ଜଣ ଶିକ୍ଷକ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ପବିତ୍ର ଗୁରୁ ଦିବସ ତଥା ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ନଙ୍କ ଜନ୍ମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦିଆଯାଇଛି। ଏହି ବିଦ୍ୟାଳୟରୁ ଚାରି ଜଣ ସୁନାମ ଧନ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading