
କେନ୍ଦ୍ରାପଡ଼ା,୨୭ା୯:ମହମ୍ମଦଙ୍କ ବାଣୀକୁ ଅସମ୍ମାନ କରିବା ଓ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ମହମ୍ମଦଙ୍କ ବାଣୀକୁ ନିଜ ଗୋଡ଼ ପାଖରେ ଲେଖା ଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ଥାନାରେ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ସମଗ୍ର ଦେଶରେ ଏବେ ଆଇ ଲଭ ମହମ୍ମଦ ଟ୍ରେଣ୍ଡ ଚାଲିଛି। ତାହାକୁ ବିରୋଧ କରି ସେ ଏଭଳି ପୋଷ୍ଟ କରିଛନ୍ତି। ଅଭିଯୋଗ ହେବା ପରେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।
