ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତି ସମାରୋହ

blank
କେନ୍ଦ୍ରାପଡ଼ା,୭ା୧୨:ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ଷଷ୍ଠ ଶ୍ରାଦ୍ଧ ଦିବସ ଉପଲକ୍ଷେ ରବିବାର ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆଇନ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ତଥା ଭାଗବତ ବାବୁଙ୍କ ସୁପୁତ୍ର ସୁଜିତ୍ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ମୁଖ୍ୟଅତିଥି, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁଦର୍ଶନ ନାୟକ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ୍ ଓ ପୂର୍ବତନ ବିଧାୟକ ଡ. ଅଲେଖ କୁମାର ଜେନା ଯୋଗ ଦେଇଥିଲେ। ଅତିଥିମାନେ ଭାଗବତ ବାବୁ ଜଣେ ସରଳ ଓ ଶାନ୍ତ ବ୍ୟକ୍ତି ଭାବେ ତାଙ୍କର କଠୋର ନିଷ୍ପତି ସମ୍ପର୍କରେ ଆଲୋକପାତ କରିଥିଲେ। ଭାଗବତବାବୁ ରାଜନୀତିରୁ ଉର୍ଦ୍ଧରେ ରହି ଜଣେ ଉଚ୍ଚକୋଟୀର ସମାଜସେବୀ ଭାବରେ ସମାଜର ଉନ୍ନତି ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ଆଜିକାଲିର ଚିରାଚରିତ ରାଜନେତାଙ୍କ ଠାରୁ ବ୍ୟତିକ୍ରମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଲୟ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ବଳ ଅତିଥି ପରିଚୟ ଓ ପରିଚାଳନା ପରିଷଦ ସଭ୍ୟ ଡକ୍ଟର ଗୌତମ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ଭ୍ରମର ରାଉତଙ୍କୁ ତାଙ୍କର ଜୀବନବ୍ୟାପୀ ନିରଳସ ଶିକ୍ଷାସାଧନା ନିମନ୍ତେ ଭାଗବତ ପ୍ରାସାଦ ମହାନ୍ତି ସ୍ମୃତି ସମ୍ମାନ ଏବଂ ଉକ୍ତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ତଥା କେନ୍ଦ୍ରାପଡା ବାର ଆସୋସିଏସନର ପୂର୍ବତନ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କୁ ତାଙ୍କର ଜୀବନବ୍ୟାପି ସମାଜସେବା ତଥା ଗରିବ ଲୋକ ମାନଙ୍କ ନିମନ୍ତେ ବିନା ମୂଲ୍ୟରେ ଆଇନ ସେବା ନିମନ୍ତେ ଭାଗବତ ପ୍ରାସାଦ ମହାନ୍ତି ସ୍ମୃତି ସମ୍ମାନ ସ୍ୱରୂପ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟାରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣର୍ ଛାତ୍ରୀ ଏବଂ ମହାବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ସର୍ବୋଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏନଏସଏସର ବେଷ୍ଟ କ୍ୟାଡେଟ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର “କନଭରଜେନ୍ସ” ଉନ୍ମୋଚିତ ହୋଇଥିଲା। ଭାଗବତ ବାବୁଙ୍କ ସ୍ୱଚରିତ ଆତ୍ମଜୀବନୀ “ସଂଗ୍ରାମର ସ୍ୱରଲିପି”କୁ ଇଂରାଜୀରେ ଅନୁବାଦ କରିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ଯଚିନ୍ଦ୍ର ରାଉତଙ୍କ ପୁସ୍ତକ “ଦି ସିମ୍ଫୋନୀ ଅଫ ଷ୍ଟ୍ରଗଲ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉକ୍ତ ଉତ୍ସବ ପରିଚାଳନାରେ ମହାବିଦ୍ୟାଳୟ ଉପାଧ୍ୟକ୍ଷ କଳିଙ୍ଗ କେଶରୀ ବେହେରାଙ୍କ ସମେତ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ। ବରିଷ୍ଠ ଅଧ୍ୟାପକ ଡ. ଚିରଞ୍ଜିବୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଠ ସମାଜସେବୀ ଆକାଶ ଚନ୍ଦ୍ର ନାୟକ ଅତି ସୁନ୍ଦର ଭାବରେ ମଞ୍ଚ ସଞ୍ଚାଳନ କରିଥିଲେ। ଏହି ଉତ୍ସବରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ରାଜନେତା, ବୁଦ୍ଧିଜୀବୀ, ଆଇନଜୀବୀ, ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ପରିଚାଳନା ପରିଷଦ ସଭ୍ୟ/ସଭ୍ୟା, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସକାଳେ ନୂଆ ବସଷ୍ଟାଣ୍ଡସ୍ଥିତ ଗୋବରୀ ନଦୀ ଘାଟରେ ଅନୁଷ୍ଠିତ ତୀଳତର୍ପଣରେ ଗୁରୁପ୍ରସାଦ ମହାନ୍ତି, ପ୍ରଦୀପ କୁମାର ମହାନ୍ତି, ଫକୀର ଚରଣ ଖଟୁଆ, ଶରତ ବେହୁରା, ସୁଶିଲ କୁମାର ସାମଲ, ଅଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା, ମୁକ୍ତାର ଖାଁ, ବିଧୁଭୂଷଣ ମହାପାତ୍ର, କାଉନସିଲର ରମେଶ ଦାସ, ମହମ୍ମଦ ଆକବର ଅଲ୍ଲୀ, ଗୋପାଳ ମାହାଳିକ,ସତ୍ୟବ୍ରତ ସିଂ, ଭ୍ରମରବର ରାଉତ, ମନସୁର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Next Post

କୃଷି ବିଦ୍ୟାନିଧି ଯୋଜନା ଛାତ୍ରବୃତ୍ତି ଆଦେଦନ ସମୟ ବୃଦ୍ଧି କରିବାକୁ ଦାବି

Mon Dec 8 , 2025
କେନ୍ଦ୍ରାପଡ଼ା,୮ା୧୨:ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କୁ କୃଷି ବିଦ୍ୟାନଧି ଯୋଜନାରେ ଛାତ୍ର ବୃତ୍ତି ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ପାଇଁ ଅକ୍ଟୋବର ମାସ ୧୫ତାରିଖରୁ ନଭେମ୍ବରମାସ ୩୦ତାରିଖ ପର୍ଯ୍ୟନ୍ତ ଏହି ଯୋଜନାରେ ଛାତ୍ରବୃତ୍ତି ଆବେଦନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ସମୟ ଅବଧି ମଧ୍ୟରେ ସର୍ଭର ଡାଉନ ରହିବା, ଏନ.ପି.ସି.ଆଇ. ଠିକ ଭାବରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading