
ପଟ୍ଟାମୁଣ୍ଡାଇ ୧୯/୧ – ପଟ୍ଟାମୁଣ୍ଡାଇ କଲେଜର ୫୫ତମ ବାର୍ଷିକ ନାଟ୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶାର ବିଶିଷ୍ଟ ନାଟ୍ୟକାର ଗଣେଶ ରାଉତ ମୁଖ୍ୟଅତିଥି, ଚଳଚିତ୍ର ଓ ନାଟ୍ୟ ନିର୍ଦେଶକ ଦେବ ପାତ୍ର ମୁଖ୍ୟବକ୍ତା ଓ ଯାତ୍ରା କଳାକାର ମୁନୁ ପଣ୍ଡା ଓ ଜୀବନ ଜ୍ୟୋତି ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ପରିବର୍ତନରେ ନାଟକର ଭୂମିକା ଗଭୀର ଏବଂ ବହୁମୁଖୀ, ଯେଉଁଠାରେ ଏହା ସାମାଜିକ ସମସ୍ୟାଗୁଡ଼ିକୁ ଆଲୋକିତ କରେ, ଚେତନା ବୃଦ୍ଧି କରେ, ଷ୍ଟେରିଓଟାଇପ୍ସକୁ ଚ୍ୟାଲେଞ୍ଜ କରେ, ଏବଂ ଲୋକମାନଙ୍କ ମଧ୍ୟରେ ସହାନୁଭୂତି, ସମାଲୋଚନାମୂଳକ ଚିନ୍ତାଧାରା ଏବଂ ନିୟୋଜିତତା ବୃଦ୍ଧି କରି ସକାରାତ୍ମକ ପରିବର୍ତନକୁ ପ୍ରେରଣା ଦିଏ।, ତାହା ଐତିହାସିକ ପଥପ୍ରାନ୍ତ ନାଟକ ହେଉ କିମ୍ବା ସମସାମୟିକ ରଙ୍ଗମଂଚ ହେଉ ସାମାଜିକ ପରିବର୍ତନରେ ନାଟକର ଭୂମିକା ଓ ଗୁରୁତ୍ୱପୂର୍ଣ୍ଣ । ନାଟକଟି ଦୁର୍ନୀତି, ଦାରିଦ୍ର୍ୟ, ଭେଦଭାବ ଏବଂ ଅନ୍ଧବିଶ୍ୱାସ ଭଳି ସମସ୍ୟାଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଚିତ୍ରଣ କରିଥାଏ, ଯାହାଦ୍ୱାରା ଜନସାଧାରଣ ସେହି ସମସ୍ୟାଗୁଡ଼ିକ ପ୍ରତି ସଚେତନ ହୋଇଥାନ୍ତି। କାହାଣୀ ମାଧ୍ୟମରେ ଶିକ୍ଷା ମସ୍ତିଷ୍କକୁ ନିୟୋଜିତ କରେ, ଶିକ୍ଷାକୁ ଉପଭୋଗ୍ୟ ଏବଂ ସ୍ମରଣୀୟ କରିଥାଏ, ବିଶେଷକରି ଯେତେବେଳେ ଏହା ବ୍ୟକ୍ତିଗତ ଏବଂ ଭାବପ୍ରବଣ ଭାବରେ ସଂଯୋଗ କରିଥାଏ । ଆପିଟିଏ ର ଉଦାହରଣ ଦେଇ କହିଥିଲେ ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତୀୟ ପିପୁଲ୍ସ ଥିଏଟର ଆସୋସିଏସନ ଦାରିଦ୍ର୍ୟ ଏବଂ ଅତ୍ୟାଚାର ବିରୁଦ୍ଧରେ ଲୋକଙ୍କୁ ଏକତ୍ରିତ କରିଥିଲେ ବୋଲି ଅତିଥିମାନେ ଆଲୋକପାତ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ପାତ୍ର ସ୍ୱାଗତ ଭାଷଣ ଓ ନାଟ୍ୟ ସଂସଦ ଉପସଭାପତି ପ୍ରାଧ୍ୟାପକ ଅମୀୟ ଦାସ ଅତିଥିପରିଚୟ ପ୍ରଦାନ କରିଥିଲେ । ନାଟ୍ୟ ସଂସଦ ସହଉପସଭାପତି ଅଧ୍ୟାପକ ଶ୍ରୀମନ୍ତ ଜେନା ନାଟକ ସଂଳାପ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସହଉପସଭାପତି ଅଧ୍ୟାପକ ରୋହିତ ବଗର୍ତି ବିବରଣୀ ପାଠ କରିଥିଲେ । ଶେଷରେ ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ମଣିଷ ଖେଳୁଛି କଣ୍ଢେଇ ଖେଳ ନାଟକ ମଂଚସ୍ଥ କରାଯାଇଥିଲା । ଏହି ଉତ୍ସବରେ କଲେଜ ଅଧ୍ୟାପିକା ଅଧ୍ୟାପକ କର୍ମଚାରୀ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।
