ପୂର୍ବତନ ସାଂସଦ ଗୟାଚାନ୍ଦ ଭୂୟାଁଙ୍କ ସ୍ମୃତିସଭା ସ୍ୱର୍ଗତ ଭୂୟାଁ କର୍ମୀଙ୍କ କଥାକୁ ପ୍ରାଧାନ୍ୟ ଦେଉଥିଲେ

blank
କେନ୍ଦ୍ରାପଡ଼ା,୨୯ା୩: ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପୂର୍ବତନ ସାଂସଦ ସ୍ୱର୍ଗତ ଗୟାଚାନ୍ଦ ଭୂୟାଁଙ୍କ ୩୮ତମ ଶ୍ରାଦ୍ଧଦିବସ ଅବସରରେ ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଡ. ସର୍ବେଶ୍ୱର ସେଣ, ଶିକ୍ଷାବୀତ ଶୈଳବାଳା ସାମଲ ଓ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦୀର୍ଘ ୫ଦଶନ୍ଧି ଧରି ଜିଲ୍ଲାରେ ପୂଜ୍ୟପୂଜାର ପରମ୍ପରାକୁ ଉଦ୍‌ଜିବିତ କରି ରଖିବା ସହ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନଙ୍କୁ ଭବିଷ୍ୟତ ପିଢିଙ୍କ ସହ ପରିଚିତ କରାଇବାରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାରୁ ସଂସଦର କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ। ପୂର୍ବତନ ସାଂସଦ ସ୍ୱର୍ଗତ ଭୂୟାଁଙ୍କ ଗୁଣାବଳୀ ଆଲୋକପାତ କରି ସ୍ୱର୍ଗତ ଭୂୟାଁ କର୍ମୀଙ୍କ କଥାକୁ ପ୍ରାଧାନ୍ୟ ଦେଉଥିବା ଜଣେ ବିଚକ୍ଷଣ ରାଜନେତା ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ପାଦକ ସୁଶିଲ ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଆଦର୍ଶଚାଷୀ ତଥା ସମବାୟବୀତ ପରମାନନ୍ଦ ବିଶ୍ୱାଳ ଓ ଆଇନଜୀବୀ ଭଗବାନ ମିଶ୍ରଙ୍କୁ ଗୟାଚାନ୍ଦ ଭୂୟାଁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ନବ ନିର୍ବାଚିତ ଜିଲ୍ଲା ଓକିଲ ସଙ୍ଘ ଉପସଭାପତି ନୃସିଂହ ରାଉତ ଓ କାକଟର ସମାଜସେବୀ ଗଣେଶ୍ୱର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ଦାସ, ନଳିନୀବିହାରୀ ମହାନ୍ତି, ଶରତ ବେହୁରା, ନିରଞ୍ଜନ ମେକାପ, ଡ. ଚୈତନ୍ୟ ପରିଡା, ନୃସିଂହ ରାଉତ, ବଟକୃଷ୍ଣ ପାଢୀ, ଗୟାଧର ଧଳ, ସୁବାସ ଚନ୍ଦ୍ର ପାତ୍ର, ଶ୍ରୀଧର ମହାନ୍ତି, ନିରଞ୍ଜନ ଦାସ, ମନୋରଞ୍ଜନ ତ୍ରିପାଠୀ, ଦେବେନ୍ଦ୍ର ଦାସ, ପ୍ରମୋଦ ମହାପାତ୍ର, କମଳାକାନ୍ତ ବେହେରା, ମିନତୀ ମହାରଣା, ଅଶୋକ ସାହୁ, କେଦାରନାଥ ସାମନ୍ତରାୟ, ମୁକ୍ତାର ଆବାସ, ନୃସିଂହ ତ୍ରିପାଠୀ, ଦେବେନ୍ଦ୍ର ସାହୁ, ପାଲାଗାୟକ ପ୍ରଫୁଲ୍ଲ ଦାସ, ପ୍ରଫୁଲ୍ଲ କୁମାର ସାହୁ, ହିମାଂଶୁ ଦାସ, ପ୍ରତିମା ପ୍ରଧାନ, ରାଜେନ୍ଦ୍ର ମହାପାତ୍ର, ଗୋଲଖ ପଢିଆରି, ସ୍ୱର୍ଗତ ଭୂୟାଁଙ୍କ କନିଷ୍ଠପୁତ୍ର ଲାଲୁ ଭୂୟାଁ ଓ ନାତି ଜ୍ଞାନେଶ ଭୂୟାଁ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପଣ୍ଡିତ ପ୍ରତାପ ପତି ଗୀତା ପାଠ କରିଥିଲେ। ମୁକ୍ତାର ଖାଁ ଅତିଥି ପରିଚୟ, ଭାଗିରଥି ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୈଷ୍ଣବ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ବସନ୍ତକୁମାରୀ ଚକ୍ଷୁ ଚିକିତ୍ସାଳୟରେ ରେଟିନା ଓ ଫାକୋ ମେସିନ ଉଦଘାଟିତ

Sun Mar 29 , 2026
କେନ୍ଦ୍ରାପଡ଼ା,୨୯ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ନୂତନ ରେଟିନା ଓ ଫାକୋ ମେସିନ ଉଦଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରୋଟାରୀ କ୍ଲବର ପୂର୍ବତନ ଜିଲ୍ଲା ଗଭର୍ନର ୟଜ୍ଞାଶିଷ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ପୂର୍ବତନ ମୁଖ୍ୟଶାସନ ସଚିବ ଡି.ଏନ.ପାଢି ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ମେସିନ ଦ୍ୱାରା ଚକ୍ଷୁର ପଛପାଶ୍ୱର୍ର ଫଟୋ ଉଠାଇବା ସହଜ ହୋଇପାରିବ। ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading