ମଣ୍ଡି ଅବ୍ୟବସ୍ଥା ନା ହୃଦ୍‌ଘାତ , ସନ୍ଦେହ ଘେରରେ ଚାଷୀର ମୃତ୍ୟୁ ଘଟଣା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରାଜନଗର ବ୍ଲକ ଡାଙ୍ଗମାଳ ସେବା ସମବାୟ ସମିତିରେ ଚାଷୀ ଧାନ ଦେଇ ନ ପାରି ମିଲ କୁ ଆଣିବା ଓ ଆଖି ସ୍କାନ କରି ନପାରି ଟଙ୍କା ନ ପାଇବା ଦୁଃଖରେ ମୃତ୍ୟୁ ବରଣ କରିବା ଅଭିଯୋଗ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ସେବା ସମବାୟ ସମିତି ଅଧୀନରେ ଥିବା ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକ(୫୨) ସେହି ଦୁଃଖରେ ଭାଙ୍ଗି ପଡ଼ିଥିବା ସହ ହୃଦଘାତରେ ମୃତ୍ୟୁବରଣ କରିଥିବା ନେଇ ତାଙ୍କ ବଡ଼ଭାଇ ଦୁର୍ଯ୍ୟୋଧନ ନାୟକ ଅଭିଯୋଗ କରିଛନ୍ତି।


ତାଙ୍କ ବଡ ଭାଇଙ୍କ ଅଭିଯୋଗ ମୁତାବକ ଜାନୁଆରି ମାସ ଷୋହଳ ତାରିଖରେ ଧାନ ମଣ୍ଡିରେ ଦେବାକୁ ଟୋକନ ଆସିଥିଲେ ମଧ୍ୟ ଚଳିତ ମାସ ଫେବୃଆରୀ ପଚିଶ ତାରିଖରେ ଟୋକନ ଦେଇ ମିଲରେ ଧାନ ଦେବାକୁ ସମ୍ପାଦକ କହିଥିଲେ।ମୋ ଭାଇର ମୃତ୍ୟୁ ପାଇଁ ସମ୍ପାଦକ ଓ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏନେଇ ସମବାୟ ସମିତି ଦାୟିତ୍ୱରେ ଥିବା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ ୧୪ତାରିଖରେ ତାଙ୍କର ଟୋକନ ଥିବାରୁ ୩୮କ୍ୟୁଣ୍ଟାଲ ୯୦ କେଜିର ଧାନ ଦେବା ପାଇଁ ଟୋକନ ଦିଆଯାଇଥିଲା। ସେ ମଧ୍ୟ ମଣ୍ଡିରେ ଧାନ ଦେଇଥିଲେ। ଚଳିତ ମାସ ୧୭ ତାରିଖ ଦିନ ଆଖି ସ୍କାନ କରାଯିବା ସହ ତାଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଚଢ଼ିଥିଲା।ତେଣୁ ମଣ୍ଡିରେ ଧାନ ଦେବା ଘଟଣାରେ ମୃତ୍ୟୁବରଣ କରିଥିବା ଅଭିଯୋଗ ମିଥ୍ୟା ଅଟେ। ଏନେଇ ତହସିଲଦାର ଯୀଶୁକ୍ରିଷ୍ଣ ଦାସଙ୍କୁ ପଚାରିବାରୁ ଏ ଖବର ମୁଁ ଜାଣିବା ପରେ ଡାଙ୍ଗମାଳ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ଯାଇଥିଲି। ସମସ୍ତ କାଗଜ ପତ୍ରର ତନଖି କରିଥିଲି। ତ୍ରିଲୋଚନ ନାୟକଙ୍କୁ ଧାନ ମଣ୍ଡିରେ ଦେବାକୁ ଟୋକନ ଦିଆଯାଇଛି। ଆଖି ସ୍କାନ କରାଯାଇଛି ଏବଂ ତାଙ୍କ ଜମା ଖାତାକୁ ଫେବୃଆରୀ ସତର ତାରିଖରେ ଟଙ୍କା ଆସିଯାଇଥିବା ଜଣାପଡିଛି। ତାଙ୍କ ବଡଭାଇ କରିଥିବା ଅଭିଯୋଗର କୌଣସି ଭିତ୍ତିଭୂମି ନାହିଁ ବୋଲି କହିଛନ୍ତି। ଏହାକୁ ନେଇ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଚାଷୀ ତ୍ରିଲୋଚନର ମୃତ୍ୟୁ ପାଇଁ ମଣ୍ଡି ବ୍ୟବସ୍ଥା ଓ ବିଶେଷ କରି ପ୍ରଶାସନ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି । ତ୍ରିଲୋଚନଙ୍କ ବଡ଼ ଭାଇ କରିଥିବା ଅଭିଯୋଗ ଅନୁଯାୟୀ, ଫେବୃଆରୀ ୨୫ ତାରିଖରେ ସମ୍ପାଦକ ଟୋକନ ଦେଇଥିଲେ। ମାତ୍ର ସମ୍ପାଦକ ପ୍ରମାଣ ଦେଇଛନ୍ତି, ୧୭ ତାରିଖରେ ତ୍ରିଲୋଚନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ତ୍ରିଲୋଚନର ମୃତ୍ୟୁ ହୋଇଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ଯାଏ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

 

ପ୍ରକାଶଯେ  ତ୍ରିଲୋଚନଙ୍କର ଜାନୁୟାରୀ ୧୬ ରେ ଧାନ ଦେବାକୁ ମେସେଜ ଆସିଥିଲା । ସେବା ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଧରି ଦୌଡ଼ି ଦୌଡ଼ି ଶେଷରେ ନିରାଷ ହୋଇଥିଲେ । ତ୍ରିଲୋଚନ ମଣ୍ଡି ପରିବର୍ତ୍ତେ ମିଲର ନିକଟକୁ ଧାନ ନେଇ ଯାଇଥିଲେ । ରାମଚଣ୍ଡୀ ମିଲରେ ୩ଦିନ ଅଖିଆ ଅପିଆ ଧାନ ଜଗି ରହିଥିଲେ ।ମିଲରକୁ କୁଇଣ୍ଟାଲ ପିଛା ୬ କେଜି ବାଦେ ୩ କୁଇଣ୍ଟାଲ ଧାନ ଓ ୩ ହଜାର ଟଙ୍କା ଅନଲୋଡ଼ ପାଇଁ ଦେବା ପରେ ଧାନ ଅନଲୋଡ଼ ହେଇଥିଲା । ତ୍ରିଲୋଚନ ଙ୍କର ସମୁଦାୟ ୯ କୁଇଣ୍ଟାଲ ଧାନ କାଟିବା ସହ ଧାନ ଦେବା ପାଇଁ ୧୮୦୦୦ ଖର୍ଚ୍ଚ କରିବାକୁ ପଡିଥିଲା। ଋଣ ଭାରରେ ବୁଡି ରହି ଶେଷରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।ମିଲର ଓ ସମ୍ପାଦକଙ୍କ ନିର୍ଯ୍ୟାତନା ସହି ନପାରି କାଲି ମିଲ ରୁ ଫେରି ଘରେ ପହଂଚିବା କ୍ଷଣି ପ୍ରାଣ ହରାଇଛନ୍ତି ଚାଷୀ । ତ୍ରିଲୋଚନଙ୍କ ମୃତ୍ୟୁ ମିଲର ଓ ସମ୍ପାଦକ ଙ୍କ ଅବହେଳା ପାଇଁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Next Post

ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଚାରା ରୋପଣ ଅତ୍ୟନ୍ତ ଜରୁରୀ

Fri Feb 27 , 2026
ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପକ୍ଷରୁ ବୃକ୍ଷ ରୋପଣ ପଟ୍ଟାମୁଣ୍ଡାଇ ୨୭/୨ -ଜଳବାୟୁ ପରିବର୍ତନ ଆଜି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଏହା ମାନବ ସମାଜ ଓ ସମ୍ପୂର୍ଣ୍ଣ ଜୀବଜଗତ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଆମର ଅଦୂରଦର୍ଶିତା କାର୍ଯ୍ୟଧାରା ପୃଥିବୀର ବାୟୁମଣ୍ଡଳ ପ୍ରଦୂଷଣ କରିବା ସହ ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଘଟାଉଛି। ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଚାରା ରୋପଣ ଅତ୍ୟନ୍ତ ଜରୁରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading