
କେନ୍ଦ୍ରାପଡ଼ା,୨୮ା୪:କେନ୍ଦ୍ରାପଡ଼ା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ନବମ ଦିନ ଲିଗ ମ୍ୟାଚ ସ୍କୁଲ-ବି ଓ ସ୍କୁଲ-ଏଫ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସ୍କୁଲ-ବି ବିଜୟୀ ହୋଇଛି। ସ୍କୁଲ-ବିି ପ୍ରଥମେ ଟସ ଜିତି ବ୍ୟାଣ୍ଟି କରିଥିଲା। ସ୍କୁଲ-ବି ବ୍ୟାଟିଂ କରି ୨୪.୫ ଓଭରରେ ୧୫୧ ରନ୍ କରି ଅଲଆଉଟ ହୋଇଥିଲା। ଜବାବରେ ସ୍କୁଲ-ଏଫ ୨୩.୩ ଓଭରରେ ୧୪୯ ରନ୍ କରି ଅଲଆଉଟ ହୋଇଥିଲା। ଫଳରେ ୨ ରନ୍ରେ ସ୍କୁଲ-ବି ବିଜୟୀ ହୋଇଥିଲା। ସ୍କୁଲ-ବି ଦଳର ସୂର୍ଯ୍ୟପ୍ରକାଶ ମଲ୍ଲିକ ୭.୧ ଓଭର ବୋଲିଂ କରି ୫୪ ରନ୍ ଦେଇ ୫ଟି ଉଇକେଟ୍ ନେଇ ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ। ଅତିଥି ଭାବେ ଆନନ୍ଦ ବେହେରା ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସୂର୍ଯ୍ୟପ୍ରକାଶଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନୁପ କୁମାର ରାଉତ ଓ ବିଶ୍ୱଜିତ ଅଧିକାରୀ ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଆନନ୍ଦ ବେହେରା କାର୍ଯ୍ୟ ତୁଲାଇଥିବା ବେଳେ ଓ ବରଦାକାନ୍ତ ବରାଳ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ନେତୃତ୍ୱରେ ସମିର ମହାପାତ୍ର, ଆକବର ଅଲ୍ଲୀ ଖାଁ, ଚିରଞ୍ଜିବୀ ବଳ, ପ୍ରଣବ କୁମାର ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ।
