ଆମ ଗାଁରେ ତହସିଲ କାର୍ଯ୍ୟାଳୟ

blank
କେନ୍ଦ୍ରାପଡ଼ା,୨୮ା୧୧:କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ ଯୋଗଦେଇ ପଞ୍ଚାୟତବାସୀ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ଏଥିସହିତ ୧୫୦ଟି ଅଭିଯୋଗ ମଧ୍ୟରୁ ୫୦ଟିର ସମାଧାନ କରିଥିଲେ। ୩୮ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। ରାଜସ୍ୱ ନିରୀକ୍ଷକ ଅରକ୍ଷ ଖିଲାର, ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର ଦାସ, ଆର ପି ସୈାମ୍ୟଜିତ ପଟ୍ଟନାୟକ, ଓ. ଏଲ. ର. ସ୍ୱେତପଦ୍ମା ବେହେରା, ଡି ଇ ଓ ରଞ୍ଜନ କୁମାର ଦାସ, ରେକର୍ଡକିପର ତୃପ୍ତିରେଖା ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଂସାର ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ, ୱାର୍ଡ ସଭ୍ୟ ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା, ଗଜେନ୍ଦ୍ର ପରିଡା, ସମାଜ ସେବୀ ମନୋଜ ନାୟକ, ରାଜେନ୍ଦ୍ର ବିଶ୍ୱାଳ, ବବୁଲ ଜେନା, ଲାଲୁପ୍ରସାଦ ଜେନା, ବଂଶୀଧର ସାମଲ, ଉତ୍ତମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।

Next Post

ତୁଳସୀକ୍ଷେତ୍ର କଳାକାର ସଙ୍ଘ ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଯାପିତ

Fri Nov 28 , 2025
କେନ୍ଦ୍ରାପଡ଼ା,୨୮ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ରାଜସ୍ୱ କମିଶନର ଶୋଭନ କର ମୁଖ୍ୟଅତିଥି ଭାବେ ଯୋଗଦେଇ କଳାକାରଙ୍କ ସମାଜ ଗଠନରେ ମୁଖ୍ୟ ଭୂମିକା ରହିଥାଏ। କାରଣ କଳାକାରଙ୍କ ଅଭିନୟର ପ୍ରଭାବ ପ୍ରତ୍ୟେକ ମାନବ ଉପରେ ପଡିଥାଏ। କଳାକାରଙ୍କୁ ଆମ ସମାଜ ଉଚିତ ସମ୍ମାନ ପ୍ରଦାନ କରିବା ଆବଶ୍ୟକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading