ନୂଆପାଟଣା ଗ୍ରାମରେ ଝାମୁଯାତ୍ରା

blank
କେନ୍ଦ୍ରାପଡ଼ା,୧୫ା୪:ନିଳକଣ୍ଠପୁର ଗ୍ରାମପଞ୍ଚାୟତର ନୂଆପାଟଣା ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆପାଟଣା ଗ୍ରାମର ମା’ମଙ୍ଗଳା ସିଦ୍ଧ ପୀଠ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ପଣାସଂକ୍ରାନ୍ତୀ ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ପ୍ରଥମେ କାକଟପୁର ମା’ମଙ୍ଗଳାଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଏହି ଝାମୁଯାତ୍ରା ଆରମ୍ଭ ହୋଇଥିଲା। ପାଟୁଆମାନେ ନିଆଁରେ ଚାଲିବା ପରେ ଦଣ୍ଡନାଚ କରିଥିଲେ। ଗ୍ରାମବାସୀମାନଙ୍କ ସହଯୋଗ ଓ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମର ଶହ ଶହ ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇଥିଲେ।

Next Post

ଶ୍ରୀ ଶ୍ରୀ ରାଧାରମଣଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ

Wed Apr 15 , 2026
ପଟ୍ଟାମୁଣ୍ଡାଇ ତା ୧୫/୪କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ପ୍ରଭୁ ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ ହୋଇଯାଇଛି ।  ପୁରୀ ଗୋବର୍ଧନ ପୀଠର ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମାନନ୍ଦ ଦାସମହାରାଜ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର, ମା ସୁଭଦ୍ରା, ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାରୀତି ପୂଜାର୍ଚନା ସହ ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading