କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପରୀକ୍ଷା ଆରମ୍ଭ

blank
କେନ୍ଦ୍ରାପଡ଼ା,୧୮ା୨:କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ +୨ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି। ମାର୍ଚ୍ଚମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି +୨ପରୀକ୍ଷା ନିମନ୍ତେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଘରୋଇ ଆବାସୀକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି। ଆଜି ପରୀକ୍ଷାର ପ୍ରଥମ ଦିବସରେ +୨ ବିଜ୍ଞାନର ଏମ.ଆଇ.ଏଲ. (ଓଡିଆ) ବିଷୟରେ ପରୀକ୍ଷା ଥିଲା। ଏହି ପରୀକ୍ଷା କେନ୍ଦ୍ରର ୧୭ଟି ହଲରେ ମୋଟ ୯୨୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିରେ କେନ୍ଦ୍ରାପଡା କଲେଜର ୫୨ଜଣ ଅଧ୍ୟାପକ,ଅଧ୍ୟାପିକା ନିରୀକ୍ଷକ, ରିଲିଭର ଓ ଗେଟ୍ ଚେକିଙ୍ଗ ସୁପରଭାଇଜର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ବୋଲି ପରୀକ୍ଷା କେନ୍ଦ୍ରର ଉପଅଧୀକ୍ଷିକା ଡ. ବାସନ୍ତୀ ଶୁକ୍ଳା ସୂଚନା ଦେଇଛନ୍ତି। ଆସନ୍ତା କାଲି ଏହି କେନ୍ଦ୍ରରେ ଧନ୍ଦାମୂଳକଶିକ୍ଷା ବିଭାଗର ପଦାର୍ଥବିଜ୍ଞାନ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ୪୫ଜଣ ରେଗୁଲାର ଓ ୫ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଭାବେ ଅଧ୍ୟାପକ ସେକ ହବିବ୍ ରହିଥିବା ବେଳେ ଉପଅଧୀକ୍ଷକ ଭାବେ ଅଧ୍ୟାପକ ସୁଦର୍ଶନ ପାତ୍ର ଅଛନ୍ତି।

Next Post

ଜନକଲ୍ୟାଣ ଶାନ୍ତି ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା

Thu Feb 19 , 2026
କେନ୍ଦ୍ରାପଡ଼ା,୧୮ା୨:ଜନକଲ୍ୟାଣ ଶାନ୍ତି ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ଧରଣୀଧର ସାହୁ, ନିର୍ଦ୍ଦେଶକ ଆଇନଜୀବୀ ସଞ୍ଜୟ କୁମାର ଜେନା, ସନ୍ତୋଷ ପୋଥାଳ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା ଓ ଧିରେନ୍ଦ୍ର ଦାସ ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଶ୍ରୀ ଆୟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଟ୍ରଷ୍ଟ ପକ୍ଷରୁ ହେଉଥିବା ବିଭିନ୍ନ ସମାଜକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନ୍ୟମାନଙ୍କ ମଧ୍ୟରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading