ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

blank
ପଟ୍ଟାମୁଣ୍ଡାଇ ୧୪/୮ – ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳରେ ରାଜ୍ୟ ଛାତ୍ରକଂଗ୍ରେସ ପକ୍ଷରୁ ରିଲିଫ ବଂଟନ କାର୍ଯ୍ୟ କରାଯାଇଛି। ରାଜ୍ୟ ଛାତ୍ର କଂଗ୍ରେସ କମିଟିର ସଭାପତି ବିଭୂତି ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ,ଜିଲା ଛାତ୍ର କଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ, ଜିଲା ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରକାଶ ମହାନ୍ତି, ଜିଲା ସୋସିଆଲ ମିଡିଆ ଅଧ୍ୟକ୍ଷ ହିମାଂଶୁ ନନ୍ଦ, ଭାଗୀରଥୀ ଜେନା, ବିଦ୍ୟୁଭୂଷଣ ମହାପାତ୍ର, ହଳଧର ସେଠୀ ଓ ଧନେଶ୍ୱର ଦାସ, ଦିବେଶ ମଲିକଙ୍କ ସମେତ ବହୁ କଂଗ୍ରେସ ଛାତ୍ରକଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇ ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା, ଅଲପୁଆ, ତାରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହି ଶ୍ରୀରାମପୁର, ବାଛରା, ଡାମରପୁର, ତନୁପୁର, ନନ୍ଦିନ ନଗର ଓ ବାଲିପଡ଼ା ଆଦି ବିଭିନ୍ନ ଅଂଚଳରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ରିଲିଫ ଆକାରରେ ପାଲ, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନ କରିଛନ୍ତି ।

Leave a Reply

Next Post

ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଫାର୍ମାସିଷ୍ଟଙ୍କ ଡେପୁଟେସନ ବାତିଲ ଦାବି, ସିଡ଼ିଏମଓଙ୍କୁ ଦାବିପତ୍ର

Fri Aug 14 , 2026
ପଟ୍ଟାମୁଣ୍ଡାଇ ୧୪/୮ନରେନ୍ଦ୍ର ଧଳ – ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟା ବିପନ୍ନ ଧୋୟାଂଚଳରେ ଅବସ୍ଥିତ ସର୍ବପୁରାତନ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଂଟିଆ ସେବା ଯୋଗାଇ ଦେବାକୁ ଅଂଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ବିକ୍ରମାଦିତ୍ୟ ଦାଶଙ୍କୁ ହଠାତ୍ ପଟ୍ଟାମୁଣ୍ଡାଇ ସବଡିଭିଜନାଲ ହସ୍ପିଟାଲକୁ ଡେପୁଟେସନରେ ପଠାଯିବା ଘଟଣା ଅଂଚଳବାସୀଙ୍କୁ ନିରାଶ ଓ ଆଶ୍ଚର୍ଯ୍ୟଚକିତ କରିଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ଅଣ୍ଢରା, ସିଂହଗାଁ, ପେଣ୍ଠପାଳ, ଅମୃତମଣୋହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading