କେନ୍ଦ୍ରାପଡାରେ ଜାତୀୟ ସଡ଼କ ସୁରକ୍ଷା ମାସ ଉଦଯାପିତ

blank
କେନ୍ଦ୍ରାପଡ଼ା,୩୦ା୧:ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସମ୍ପର୍କିତ ସଚେନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଏହି ମାସେ ବ୍ୟାପି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନସଚେତନତା ଶିବିର, ଆଖି ପରୀକ୍ଷା ଶିବିର, ରକ୍ତଦାନ ଶିବିର, କର୍ମଶାଳା, ଲୋକନୃତ୍ୟ ଆୟୋଜନ ସହିତ ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ଓ ପ୍ରଭାତ ବିଶ୍ୱାଳ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ଗୌଡ଼, ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ଆନ୍ତର୍ଜାତୀୟ ସାଇକେଲ ଆରୋହୀ ସନ୍ତୋଷ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜୀବନ ରକ୍ଷା ଏବଂ ସଡ଼କ ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରିବାରେ ଅନୁକରଣୀୟ ଏବଂ ନିସ୍ୱାର୍ଥପର ସେବା ପାଇଁ ଛଅ(୬) ଜଣଙ୍କୁ ସମାରିଟାନ୍ ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ୟୁବ ରେଡକ୍ରସର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସଡ଼କ ସୁରକ୍ଷା ଉପରେ ଏକ ନୁକ୍କଡ଼ ନାଟକ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ। ନାଗରିକମାନଙ୍କ ମଧ୍ୟରେ ସଚେତନତା ପ୍ରସାର ଏବଂ ଦାୟିତ୍ୱପୂର୍ଣ୍ଣ ସଡ଼କ ସୁରକ୍ଷା ଆଚରଣକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମାସେ ବ୍ୟାପି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ମେହେରଙ୍କ ଏକ ଦେଶାତ୍ମବୋଧକ ସଂଗୀତ ଉପସ୍ଥିତ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ପ୍ରକାଶଥାଉକି ଆଜି ସକାଳେ ତିନିମୁହାଁଣୀ ରାମମନ୍ଦିର ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ମୋଟର ଯାନ ନିରୀକ୍ଷକ କାଜଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

କେନ୍ଦ୍ରାପଡାରେ ବିଶାଳ ହିନ୍ଦୁ ସମ୍ମିଳନୀ

Fri Jan 30 , 2026
କେନ୍ଦ୍ରାପଡ଼ା,୨୯ା୧:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତ ବାର୍ଷିକ ଅବସରରେ କେନ୍ଦ୍ରାପଡ଼ାର ନିଳିକଣା ସ୍ଥିତ ଚେମା ଦାସ ମଠ ପଡିଆରେ ତିନି ଦିନ ଧରି ସମଗ୍ର ହିନ୍ଦୁ ସମାଜ ଦ୍ୱାରା ଏକ ଭବ୍ୟ ହିନ୍ଦୁ ସମ୍ମିଳନୀ ଓ ଭାରତ ମାତାଙ୍କ ପୂଜାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରମ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଜୀଙ୍କ କରକମଳରେ ସୋମବାର ଉଦ୍ଘାଟନ ହୋଇ ବୁଧବାର ଅଖିଳ ଭାରତ ଧର୍ମ ଜାଗରଣ କ୍ଷେତ୍ର ପ୍ରମୁଖ ବିନୟ କୁମାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading