ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

blank
କେନ୍ଦ୍ରାପଡ଼ା ୧୩/୭- କେନ୍ଦ୍ରାପଡ଼ା ଜିଲ୍ଲା ବିରିଷ୍ଠ ନାଗରିକ ମଞ୍ଚ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଖଡିଅଙ୍ଗ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ସଙ୍ଗଠନର ବରିଷ୍ଠ ମୁଖ୍ୟ ଉପଦେଷ୍ଠା କେନ୍ଦ୍ରାପଡାର ଲୋକପ୍ରିୟ ଡାକ୍ତର ବିଶ୍ୱପ୍ରକାଶ କାନୁନ ଗୋ ପ୍ରତିଜ୍ଞାନ ଅଧ୍ୟକ୍ଷ ଭାବେ ନୂତନ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇଥିଲେ । ସର୍ବ ପ୍ରଥମେ ଅଧ୍ୟକ୍ଷ କାନୁଗୋ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ଓ ଅନ୍ୟ ଅତିଥିମାନଙ୍କ ସହିତ ପ୍ରଦୀପ ପଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଶପଥପାଠ କରିଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତିଭାବେ ଅକ୍ଷୟ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାବେ ବିଶିଷ୍ଟ ଜନନେତା ଫକିର ଚରଣ ଖଟୁଆ, ଉପସଭାପତି ଭାବେ ପୂର୍ବତନ ବ୍ୟାଙ୍କ ଅଧିକାରୀ ପ୍ରହଲ୍ଲାଦ ମଲ୍ଲ, ସାଧାରଣ ସମ୍ପାଦକ ଭାବେ ବିଶିଷ୍ଠ ଶିକ୍ଷାବିତ ନରୋତ୍ତମ ଜେନା, ଯୁଗ୍ମ ସମ୍ପାଦକ ପୂର୍ବତନ ପ୍ରଶାସନିକ ଅଧିକାରୀ ଅକ୍ଷୟ କୁମାର ନାୟକ, ଅର୍ଥ ସମ୍ପାଦକ ଭାବେ ପୂର୍ବତନ ବ୍ୟାଙ୍କ ଅଧିକାରୀ ରବିନ୍ଦ୍ରନାଥ ବାରିକ ଶପଥ ପାଠ କରିଛନ୍ତି । ଏଥିରେ ଯୋଗଦେଇ ସଗଠନର ବରିଷ୍ଠ ଉପଦେଷ୍ଟା ଡା ବିଜୟ କୁମାର ଦାସ, ଡା ରମାନାଥ ମହାନ୍ତି, ଡା ଶରତ ଚନ୍ଦ୍ର ସ୍ୱାଇଁ, ପ୍ରାଧ୍ୟାପକ ଗଗନ ବିହାରୀ ସ୍ୱାଇଁ, ପୂର୍ବତନ ପ୍ରଶାସନିକ ଅଧିକାରୀ ଅଦୈତ୍ୟ କୁମାର ଦାସ, ପୂର୍ବତନ କ୍ରିଡା ସଂଘଠକ ନୁରୁଲ ଅମିନ ପ୍ରଭୂତି ବରିଷ୍ଠ ନାଗରିକ ମଞ୍ଚର ନିତି ଆର୍ଦଶକୁ ନେଇ ସମାଜ ସେବାରେ ବ୍ରତି ହେବାପାଇଁ ପରିମର୍ଶ ଦେଇଥିଲେ । ଉକ୍ତ କାର୍ଯକ୍ରମରେ ମାଧ୍ୟମରେ ଉପସ୍ଥିତ ବରିଷ୍ଠ ନାଗରିକମାନେ ନିଜର ସାମାଜିକ ସମ୍ମାନ ସୁରକ୍ଷା ଓ ନିରାପତ୍ତା ପ୍ରତି ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସବ୍ୟ ନିତ୍ୟାନନ୍ଦ ସୁଆର, ବୈଷ୍ଣବ ଚରଣ ପ୍ରଧାନ, ବିଦ୍ୟାଧର ଦାସ, କିଶୋର ଚନ୍ଦ୍ର ପରିଡା, ନୃସିଂହ ଚରଣ ପତି, ଶୈଳେନ୍ଦ୍ର ପ୍ରଦୀପ କୁମାର ସିଂହ, ହରିହର ସାମଲ, ମିନାକ୍ଷି ପତି, ଗୋଲଖ ଚନ୍ଦ୍ର ପରିଡା ପ୍ରଭୃତି ଆଲୋଚନାରେ ଭାଗ ନେଇଥିଲେ । ବିରିଷ୍ଠ ସଭ୍ୟ ବସନ୍ତ କୁମାର ଓଝା ସଂଯୋଜନା କରିଥିଲେ । ମୁଖ୍ୟ ସଂଗଠକ ଶୈଳେନ୍ଦ୍ର କୁମାର ମହାନ୍ତି ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

କେନ୍ଦ୍ରାପଡା କଲେଜ ଜମିର ସୁରକ୍ଷା ପାଇଁ ପୁରାତନ ଛାତ୍ରସଂସଦ କାର୍ଯ୍ୟକାରିଣୀରେ ପ୍ରାଧାନ୍ୟ

Sun Jul 13 , 2025
କେନ୍ଦ୍ରାପଡ଼ା,୧୩ା୭ :କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ରସଂସଦର ଗତ ସାଧାରଣ ପରିଷଦ ପରେ ନୂତନ କାର୍ଯ୍ୟକାରିଣୀର ରବିବାର ଅନୁଷ୍ଠିତ ପ୍ରଥମ ବୈଠକରେ ଏହି ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନର ଜମିକୁ ଜବରଦଖଲକାରୀଙ୍କ ହାତରୁ ସୁରକ୍ଷା ଦେବାକୁ ପ୍ରାଧାନ୍ୟ ପ୍ରଦାନ କରାଯାଇଛି। ସଂସଦର ସଭାପତି ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଗାନ୍ଧୀ ଭବନରେ ଅନୁଷ୍ଠିତ ଏହି ବୈଠକ ଜମି ସୁରକ୍ଷା ବ୍ୟତିତ ସଂସଦର ସଭ୍ୟ ସଂଗ୍ରହ ବୃଦ୍ଧି କରିବାକୁ, ଏହି ମାତୃ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading