କେନ୍ଦ୍ରାପଡାରେ ବିକଶିତ ଭାରତ ଖେଲୋ ଇଣ୍ଡିଆ ଯୁବା କନେକ୍ଟ କାର୍ଯ୍ୟକ୍ରମ

blank
କେନ୍ଦ୍ରାପଡ଼ା,୨୭ା୮:କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଓ ଯୁବ ଭାରତର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବା କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍‌ଠିତ ହୋଇଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଦ୍ୱାରା ପ୍ରେରିତ ଆନ୍ତର୍ଜାତୀୟ ଭଲିବଲ୍ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ ପରିଡ଼ା, ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଭାରୋଉତ୍ତୋଳନ ଖେଳାଳି ରୋନିତ ରୋଶନ ସ୍ୱାଇଁ, କେନ୍ଦ୍ରାପଡ଼ାର ସୁନାମଧନ୍ୟ କ୍ରୀଡ଼ାବିତ୍ ନାରାୟଣ ଚନ୍ଦ୍ର ବାରିକ, ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କ୍ରୀଡ଼ାବିତ୍ ଅରବିନ୍ଦ ମହାପାତ୍ର, ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ପ୍ରାକ୍ତନ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଶିଶିର କାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିକଶିତ ଭାରତ ଯୁବ କନେକ୍ଟ ସ୍ପୋର୍ଟସ ଏଡିସନ୍ ଦେଶ ବ୍ୟାପୀ ଆୟୋଜିତ ହୋଇଛି। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଦେଶର ଯୁବା ପିଢ଼ି କ୍ରୀଡ଼ାବିତ୍ ମାନଙ୍କୁ ଏକ ସାଧାରଣ ମଞ୍ଚରେ ଏକତ୍ରିତ କରିବା। ସମଗ୍ର ଭାରତ ତଥା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଚାଲିଥିଲାବେଳେ କେନ୍ଦ୍ରାପଡା ଜିଲ୍ଲାରେ ୨ ଟି ସ୍ଥାନରେ କାର୍ଯ୍ୟକ୍ରମ ଚାଲିଥିଲା ଏବଂ କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା,ମାଇଁ ଭାରତ, ଜିଲ୍ଲାର ଅନ୍ୟାନ୍ୟ ଯୁବ କ୍ଲବ୍ ଓ କ୍ରୀଡ଼ା ସଂସ୍ଥା ମାନଙ୍କରୁ ପ୍ରାୟ ୧୫୦ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଙ୍କ ସମ୍ଭାଷଣ ପରେ ପରେ ସମ୍ବର୍ଦ୍ଧନା ଉତ୍ସବ, ନିଶାମୁକ୍ତ ଶପଥ ପାଠ କରାଯାଇ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇ କ୍ରୀଡ଼ା ମୋଟିଭେଟର ସୁଭ୍ର ଶୁଭଙ୍କର ବିଶ୍ୱାଳ ଓ ରାଜକିଶୋର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ଓ ମେରା ଭାରତ ଯୁବ ଭାରତର କର୍ମଚାରୀ ଲକ୍ଷ୍ମୀକାନ୍ତ ଜେନାଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଚାଲିଥିଲା ବେଳେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ରାଜା ମଳିକ ଓ ଅଙ୍କିତା ମିଶ୍ର, ଜଗନ୍ କୁମାର ଦାସ, ଆସ୍ପୃହା ସାହୁ, ଜସ୍ମିଁନ ଭୂୟାଁ, କୈବଲ୍ୟ ବେହେରା, ଶିଖା ନାଥ ଓ ମାଇଁ ଭାରତ ଯୁବା ଭାରତର ସ୍ୱେଚ୍ଛାସେବୀ ସ୍ୱସ୍ତିକ ଶ୍ରୀବାସ୍ତବ, ଶିବ ନାରାୟଣ ଦାସ, ଲକ୍ଷ୍ମୀପ୍ରିୟା ରାଉତ, ବେଦଜ୍ୟୋତୀ ଦାଶ,ଜଗନ୍ନାଥ ସାମଲ, ଇଶା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading