ସାପ କାମୁଡାରେ ୪ବର୍ଷର ଶିଶୁ ମୃତ

1

blank
ପଟ୍ଟାମୁଣ୍ଡାଇ ୩୦/୮-ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ଜଳବନ୍ଦୀ ହୋଇପଡ଼ିଥିବା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଂଚାୟତରେ ଏକ ଅଘଟଣ ଘଟିଛି । ଡାମରପୁର ପଂଚାୟତ ତେଲିପାଟଣା ଗ୍ରାମର ନାରାୟଣ ପ୍ରସାଦ ସାହୁଙ୍କ ୪ବର୍ଷର ଶିଶୁ ପୁତ୍ର ଅନ୍ତର୍ଯ୍ୟାମୀ ସାହୁ ସାପ କାମୁଡ଼ାରେ ଶନିବାର ପ୍ରାଣ ହରାଇଛନ୍ତି । ଶନିବାର ସକାଳେ ଅନ୍ତର୍ଯ୍ୟାମୀ ଖାଇ ସାରି ଘରୁ ଜୋତା ପିନ୍ଧି ବାହାରକୁ ଯିବା ପାଇଁ ବାରଣ୍ଡାରେ ଥିବା ଅଖା ବସ୍ତା ତଳୁ ଜୋତା କାଢୁ ଥିବା ସମୟରେ ଅଖା ବସ୍ତା ମଧ୍ୟରେ ଲୁଚି ରହିଥିବା ଏକ ବିଷଧର ସାପ ଅନ୍ତର୍ଯ୍ୟାମୀକୁ କାମୁଡି ଦେଇଥିଲା । ଏହା ଦେଖି ପରିବାର ଲୋକ ଓ ଗ୍ରାମବାସୀ ମାନେ ଚାରିଆଡେ ବନ୍ୟାଜଳ ଭରି ରହିଥିବାରୁ ତତ୍କାଳ ଚିକିତ୍ସା ପାଇଁ ରାସ୍ତାରେ ଶିଶୁ ଅନ୍ତର୍ଯ୍ୟାମୀକୁ ଧରି ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ହସ୍ପିଟାଲ ଆଣିବା ବିଳମ୍ବ ହୋଇଥିଲା । ସେଠାରେ ଥିବା ଡାକ୍ତର ଶିଶୁ ଅନ୍ତର୍ଯ୍ୟାମୀକୁ ମୃତ ଘୋଷଣା କରିଥିଲେ । ମୃତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବୀ ହେଉଛି ।

One thought on “ସାପ କାମୁଡାରେ ୪ବର୍ଷର ଶିଶୁ ମୃତ

Comments are closed.

Next Post

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

Sun Aug 31 , 2025
ପଟ୍ଟାମୁଣ୍ଡାଇ ୩୧/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଏଲ୍‌ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲଟି ଭେଣ୍ଡିଂଜୋନ କେବିନରୁ ରବିବାର ଜଣେ ମହିଳାଙ୍କ ଅଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଆଳି ନରେନ୍ଦ୍ରପୁର ଗ୍ରାମର ବନ୍ଦିତା ରାଉତ ବୋଲି ଜଣାଯାଇଛି । ତାଙ୍କ ବାପଘର ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ବୋଧଗାଁ । ସେ ଗତ ୨୭ ତାରିଖରୁ ନିଖୋଜ ଥିଲେ । ଏ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading