ପଟ୍ଟାମୁଣ୍ଡାଇ ବ୍ଲକରେ ସରକାରଙ୍କ ୨ବର୍ଷ ପୂର୍ତ୍ତି କୃଷି ସମ୍ବାଦ କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ତା ୨୦/୬- ରାଜ୍ୟର ନୂତନ ବିଜେପି ସରକାର କ୍ଷମତାକୁ ଆସିବାର ୨ବର୍ଷ ପୂରଣ ହୋଇଛି ।  ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି ।  ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ୪ଦିନ ଓ ବିଭିନ୍ନ ପଂଚାୟତରେ ୩ଦିନ ଧରି ସରକାରଙ୍କ ପୂର୍ତ୍ତି ଉତ୍ସବ ପାଳିତ ହେଉଛି ।  ଗତକାଲି ପଟ୍ଟାମୁଣ୍ଡାଇ ବ୍ଲକରେ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଛି ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ପୂର୍ତ୍ତି ଉତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଉଦଘାଟନ କରି ରାଜ୍ୟ ସରକାର ବିଗତ ୨ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ, ନୂତନ ଜନ କଲ୍ୟାଣକାରୀ ଯୋଜନା ଏହାର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ବିଭିନ୍ନ ସରକାରୀ ଯୋଜନା ଉପରେ ସୂଚନା ଦେଇଥିଲେ ।  ପଟ୍ଟାମୁଣ୍ଡାଇ ବି ଡି ଓ ଶୀତଲ ଅଗ୍ରୱାଲ ଏହି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।  ପଟ୍ଟାମୁଣ୍ଡାଇ ବ୍ଲକ ବି ଏସ ଏସ ଓ ସୁଧାଂଶୁ ପ୍ରଧାନ ସମ୍ପର୍କ ସୂଚନା ଦେଇଥିବାବେଳେ ସମାଜମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଲିପିକା ପ୍ରିୟଦର୍ଶନୀ ବେହେରା ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କ ପ୍ରକାଶ କରିଥିଲେ ।  ଆଜି ପଟ୍ଟାମୁଣ୍ଡାଇ ବ୍ଲକରେ ସରକାରଙ୍କ ୨ବର୍ଷ ପୂର୍ତ୍ତ ଉତ୍ସବର ୨ୟ ଦିନରେ କୃଷି ବିକାଶ କର୍ମଶାଳା କୃଷି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୀତଲ ଅଗ୍ରୱାଲ ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ ବ୍ଲକ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ହରପ୍ରିୟା ବେହେରା, ଉଦ୍ୟାନ ଅଧିକାରୀ ସୌମ୍ୟ ରଞ୍ଜନ ସେଠୀ ବ୍ଲକ କୃଷି ଅଧିକାରୀ ସୁଶ୍ରୀ ସରୋଜିନୀ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।  ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ସହ ନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ ସହକାରୀ ଯନ୍ତ୍ରୀ ବିନାୟକ ମିଶ୍ର ଓ ପ୍ରସନ୍ନ ରାଉତ ସି ଡି ପି ଓ ଲଷ୍ମୀମଣି ସିଂ, ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ, ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଉପା ଧକ୍ଷ ସୁଶାନ୍ତ ଦାସ ଜିଲ୍ଲା ବିଜେପି କୃଷକ ମୋର୍ଚା ସଭାପତି ଦୟାନିଧି ବଳ ପଟ୍ଟାମୁଣ୍ଡାଇ ବ୍ଲକ ସଂଯୋଜକ ସଞ୍ଜୟ ସ୍ୱାଇଁ, ଅନ୍ତର୍ଯ୍ୟାମୀ ମଲିକ ହିମାଂଶୁ କୁଣ୍ଡ ପ୍ରମୁଖ ବିଭିନ୍ନ ବିଭାଗ ଅଧିକାରୀ ବିଭିନ୍ନ ପଂଚାୟତ ସରପଞ୍ଚ ଓ ସମିତି ସଭ୍ୟ କୃଷଜ ନେତାମାନେ ଯୋଗ ଦେଇଥିଲେ ।  ଶେଷରେ ଜି ପି ଡି ଓ ରଂଜିତ ପରିଡା ଧନ୍ୟବାଦ ଦେଇଥିଲେ ।

Next Post

ପୋଖରିଆପଡା ଗାଁ ରାସ୍ତା ଜବର ଦଖଲ ଉଛେଦ ଶେଷ

Sat Jun 20 , 2026
ପଟ୍ଟାମୁଣ୍ଡାଇ, ୨୦/୬. ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩ ଧରି ଚାଲିଥିବା ଜବର ଦଖଲ ଉଛେଦ ଶନିବାର ଶେଷ ହୋଇଛି । ଗତକାଲି ଜବରଦଖଲ ଉଛେଦ ବନ୍ଦ ଥିବା ସ୍ଥାନରୁ ସରକାରୀ ଜାଗା ମାପ କରାଯାଇ ଜବର ଦଖଲ ଉଛେଦ ଆରମ୍ଭ କରାଯାଇଥିଲା । ଜେସିବି ଦ୍ୱାରା ରାସ୍ତାରୁ ଜବରଦଖଲ ଉଛେଦ କରାଯାଇଥିଲା । ପ୍ରଥମ ଦିନ ୩ଶହ ମିଟର ୨ୟ ଦିନ ୪୦୦ ମିଟର ଉଛେଦ କାର୍ଯ୍ୟ କରା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading