ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଡା. ସୁଚାରୁହାସିନୀ ପାତ୍ରଙ୍କ ଶ୍ରଦ୍ଧାଞଳି ସଭା

blank
ପଟ୍ଟାମୁଣ୍ଡାଇ ୨୧/୩ – ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବରିଷ୍ଠ ସମାଜସେବୀ ଦିବଗଂତା ଡା. ସୁଚାରୁହାସିନୀ ପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞଳି ସଭା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିରିଷ୍ଠ ନାଗରିକ ମଂଚର ସଦସ୍ୟ ମାନେ ଉପସ୍ଥିତ ରହି ଦିବଗଂତା ଡା ସୁଚାରୁ ହାସିନୀ ପାତ୍ରଙ୍କର ପଟ୍ଟାମୁଣ୍ଡାଇ ବିକାଶ କ୍ଷେତ୍ରରେ ଭୂମିକା, ନିସ୍ୱାର୍ଥପର ରୋଗୀସେବା ସର୍ବୋପରି ସ୍ନେହଶୀଳା ମହିୟସୀ ମହିଳା ଭାବେ ଲୋକପ୍ରିୟତା ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଭା ଆରମ୍ଭରେ ଦିବଗଂତାଙ୍କ ଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଡ. କେଳୁ ଚରଣ ସ୍ୱାଇଁ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର ପରୀକ୍ଷିତ ପାତ୍ର, ପ୍ରଫେସର ଗୋଲେଖ ଚନ୍ଦ୍ର ମହାରଣା, ପ୍ରଫେସର ଡ. ନରହରି ଲେଙ୍କା, ଶିକ୍ଷାବିତ କଣ୍ଡୁରି ଚରଣ ସ୍ୱାଇଁ, ବିଜୟ ସାହୁ, ଚର୍ତୁଭୂଜ ରାଉଳ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଶିକ୍ଷାବିତ ଶଚିନନ୍ଦନ ଦାସ, ଇଂ- ତ୍ରିଲୋଚନ ସୁତାର, ଇଂ. ତପନ ପାତ୍ର, ବିଜୟ ରାଉତ, ପ୍ରଦୀପ ରଥ,ଶିକ୍ଷାବିତ ପ୍ରମୋଦ ନାୟକ, ପ୍ରାବନ୍ଧିକ ପ୍ରଦୀପ ନାୟକ, ନନ୍ଦ କିଶୋର ମହାରଣା, ସୁଶାନ୍ତ ଦାଶ, ବ୍ରଜ କିଶୋର ପଣ୍ଡା କହ୍ନାଇ ପରିଡା, ସଞ୍ଜୟ ବର୍ମା, ପ୍ରଫୁଲ ପ୍ରଧାନ, ଗର୍ନ୍ଧବ ଲେଙ୍କା ପ୍ରମୋଦ ସାହୁ ପ୍ରମୁଖ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Next Post

ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗ , ଜିଲ୍ଲାରେ ଗଭୀର ଶୋକ , ଜଣେ ସଂଗ୍ରାମୀ ନେତାକୁ ହରାଇଲା କଂଗ୍ରେସ

Fri Mar 21 , 2025
କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ୬୭ ବୟସରେ ପରଲୋକ ହୋଇଯାଇଛି। ସେ କିଛି ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶ୍ରୁକବାର ରାତି ୮ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସର ବରିଷ୍ଠ ନେତା, ବିଜେପି ନେତା ଓ ମନ୍ତ୍ରୀ, ବିଜେଡି ନେତା ପ୍ରମୁଖ ହସପିଟାଲକୁ ଯାଇ ଶେଷ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading