ଶ୍ରୀନିବାସ ରାମାନୁଜନ ଗାଣିତ ବିଷୟରେ ଅଦ୍ୱିତୀୟ ଅବଦାନ ଛାଡି ଯାଇଛନ୍ତି

ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

blank

ପଟ୍ଟାମୁଣ୍ଡାଇ ୨୩/୧୨ – ଭାରତର ପ୍ରଖ୍ୟାତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ଜାତୀୟ ଗଣିତ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ବିଦ୍ୟାମନ୍ଦିରର ସହପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ଅୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚୀ ନନ୍ଦନ ଦାସ ଯୋଗ ଦେଇ ଉଦଘାଟନ କରି ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଶ୍ରୀନିବାସ ରାମାନୁଜନ ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ର୍ଦୁମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ ହୋଇଛନ୍ତି। ଗାଣିତିକ ବିଶ୍ଳେଷଣ, ସଂଖ୍ୟା ତତ୍ୱ ଅସୀମ ଶ୍ରେଣୀ ଓ ଧାରାବାହିକ ବିଭକ୍ତି ଆଦି ଗାଣିତିକ ବିଷୟରେ ଅଦ୍ୱିତୀୟ ଅବଦାନ ଛାଡି ଯାଇଛନ୍ତି ।ଜୀବନ କାଳ ମଧ୍ୟରେ ରାମାନୁଜନ ଅନେକ ଅସମାହିତ ଗାଣିତିକ ସମସ୍ୟାର ସରଳ ସମାଧାନ କରିଛନ୍ତି ।ସେ ୩,୯୦୦ଟି ସମୀକରଣ ଓ ଅଭେଦର ସମାଧାନ କରି ଗାଣିତିକ ଫଳ ବାହାର କରିଥିଲେ । ସବୁଠୁ ବଡ କଥା ହେଉଛି କି ଏଥିରୁ ଅର୍ଦ୍ଧାଧିକ ଫଳାଫଳ ରାମାନୁଜନଙ୍କ ନିଜସ୍ୱ ଓ ସ୍ୱତନ୍ତ୍ର । ଏଥିରେ ରାମାନୁଜନ ମୌଳିକ, ରାମାନୁଜନ ଥିଟା ଫଳନ ଓ କୃତ୍ରିମ ଥିବା ଫଳନ ପରି ଉଚ୍ଚ କୋଟୀର ଅଣ ପାରମ୍ପାରିକ ଫଳାଫଳ ରହିଛି ବୋଲି ସେ କହିଥିଲେ । ଶିଶୁ ବିଦ୍ୟାମନ୍ଦିରର ସଭାପତି ତଥା ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ରାମାନୁଜଙ୍କ ଜୀବନୀ ସହିତ ଗଣିତର ଆବଶ୍ୟକତା ଉପରେ ଛାତ୍ରୀଛାତ୍ର ମାନଙ୍କୁ ଉଦ୍ ବୋଧନ ଦେଇଥିଲେ । ବିଦ୍ୟାମନ୍ଦିରର ଗଣିତ ପ୍ରମୁଖ କ୍ଷୀରୋଦ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ପରିସରରେ ଗଣିତ ଆଧାରିତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହେବା ସହିତ ଗଣିତ ହାଟ ଓ ଦୋକାନ ମୁଖ୍ୟ ଆକର୍ଷଣ ଥିଲା । ଏଥିରେ ପ୍ରାୟ ୪୫୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଭାଗ ନେଇଥିଲେ । ଉଦଯାପନୀ ସଭାରେ ବିଧ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରଭାତ କିଶୋର ନାୟକଙ୍କ ପୌରହିତରେ ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଖବରଦାତା ଡା ଅଲେଖ ଶର୍ମା ଏବଂ ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଶ୍ରୀଧର ରାଉତ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁରୁମା/ଗୁରୁଜୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ ।

Next Post

ଅନାଥ ପିଲାଙ୍କୁ ଉଚ୍ଚଶିକ୍ଷା ଦେବାରେ ହରିହରାନନ୍ଦ ବାଳାଶ୍ରମ ଅନନ୍ୟ

Tue Dec 23 , 2025
ହରିହରାନନ୍ଦ ବାଳାଶ୍ରମର ୨୧ତମ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ୨୩/୧୨- ପଟ୍ଟାମୁଣ୍ଡାଇ ନିକଟସ୍ଥ ଅରୁଆ ହରିହରାନନ୍ଦ ବାଳାଶ୍ରମର ୨୧ତମ ବାର୍ଷିକ ଉତ୍ସବ (ସ୍ପନ୍ଦନ) ଅନୁଷ୍ଠିତ ହୋଇଯାଇଛି । ବାଳାଶ୍ରମ ପ୍ରତିଷ୍ଠାତା ମହାନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ଉପସ୍ଥିତି ଉତ୍ସବର ଗାରିମା ବୃଦ୍ଧି କରିଥିବା ବେଳେ ବାଳାଶ୍ରମ ଅଧ୍ୟକ୍ଷ ଡ଼ ମଳୟ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସିଏମଡି ଓଡ଼ିଶା ରାଜ୍ୟ ପୋଲିସ, ଗୃହ ଏବଂ ଆଧୁନିକୀକରଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading