ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବ୍ଲକ ପ୍ରଶାସନର ଅଣଦେଖା

ଅନ୍ତରୀଣ ଅଙ୍କୁଶକ ଥାଇ ମଧ୍ୟ ଚାଲିଛି ପ୍ରକଳ୍ପ କାର୍ଯ୍ୟ

blank
ପଟ୍ଟାମୁଣ୍ଡାଇ୧୧/୫ – ଗ୍ରାମସଭା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଅବମାନନା କରୁଛି । ବଡପଡା ପଂଚାୟରେ ଅନୁମୋଦନ ନଥିବା ପ୍ରକଳ୍ପ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶକୁ ପଟ୍ଟାମୁଣ୍ଡାଇ ବିଡିଓ ଅଣଦେଖା କରିବା ସହ ତରବରିଆ ଭାବେ କାର୍ଯ୍ୟ ସାରିବାକୁ ମସୁଧା ଜାରି ରଖିଛନ୍ତି । ଯାହାକୁ ନେଇ ସ୍ଥାନୀୟ ପଂଚାୟତ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବ୍ଲକ ପ୍ରଶାସନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି । ଏ ନେଇ ସରପଂଚ ଗତ ୬ତାରିଖ ଦିନ ଚିଠି ନଂ ୪୫/୨୬-୨୭ ରେ କେନ୍ଦ୍ରାପଡା ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତରେ ୨୬ ଜାନୁଆରି ୨୦୨୬ରେ ଗ୍ରାମସଭା କରାଯାଇ କେତେ ଗୁଡିଏ ପ୍ରସ୍ତାବ ଗୃହୀତ ହୋଇଥିଲା । ଗୃହୀତ ପ୍ରସ୍ତାବ ଆଧାରରେ ୭ଟି ପ୍ରକଳ୍ପର ତାଲିକା ପଟ୍ଟାମୁଣ୍ଡାଇ ବିଡିଓଙ୍କ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟକୁ ପଠାଯାଇଥିଲା। ବିଜିବିଓ ପ୍ରକଳ୍ପ ଅଧିନରେ ୨୦୨୫-୨୬ ଆର୍ôଥକ ବର୍ଷ ଲାଗି ବଡ଼ପଡ଼ା ପଂଚାୟତ ପାଇଁ ୭ଟି ପ୍ରକଳ୍ପକୁ ଜିଲାପାଳ ତଥା ଜିଲା ପରିଷଦ ସିଇଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଅନୁମୋଦନ କରିଥିଲେ। ମାତ୍ର ବ୍ଲକ ପ୍ରଶାସନ ଗ୍ରାମସଭାରେ ପାରିତ ପ୍ରସ୍ଥାବକୁ ଅଣଦେଖା କରିଥିଲେ । ବିକଶିତ ଗାଁ ବିକଶିତ ଓଡ଼ିଶା(ବିବିଓ) ଯୋଜନାରେ ଅନ୍ୟ ପ୍ରକଳ୍ପକୁ ଅନୁମୋଦନ କରାଇଥିଲେ । ଯାହାକୁ ନେଇ ପଂଚାୟତ ବାସୀ ଅଭିଯୋଗ ଉଠାଇଥିଲେ। ଗ୍ରାମସଭାରେ ଅନୁମୋଦନ ପ୍ରକଳ୍ପକୁ ବାଦ ଦିଆଯିବା ସାମ୍ବିଧାନିକ ବ୍ୟବସ୍ଥା ଓ ଓଡ଼ିଶା ଗ୍ରାମ ପଂଚାୟତ ଆଇନର ଉଲଂଘନ ବୋଲି ସରପଂଚ ଅଭିଯୋଗ ଉଠାଇ ଜିଲାପ୍ରଶାସନଙ୍କୁ ଅବଗତ କରିଥିଲେ । ମାତ୍ର ଜିଲାପ୍ରଶାସନ ଏ ବାବଦରେ କୌଣସି ଠୋସ ପଦେକ୍ଷେପ ନେଇନଥିଲେ । ପଂଚୟତିରାଜ ବ୍ୟବସ୍ଥା ଗଣତନ୍ତ୍ରର ମୂଳଦୁଆ, ଗ୍ରାମସଭା ଗାଁର ବିକାଶ ଓ ସ୍ୱାୟତ ଶାସନ ପାଇଁ ଉଦ୍ଧିଷ୍ଠ । ଭାରତୀୟ ସମ୍ବିଧାନର ୭୩ତମ ସଂଶୋଧନ ଏବଂ ଓଡ଼ିଶା ଗ୍ରାମ ପଂଚାୟତ ଆଇନ ଅନୁଯାୟୀ, ଗ୍ରାମର ବିକାଶମୂଳକ କାର୍ଯ୍ୟ ପାଇଁ ଗ୍ରାମସଭାର ସ୍ୱୀକୃତି ବାଧ୍ୟତାମୂଳକ । ମାତ୍ର ଏଠାରେ ବ୍ୟବସ୍ଥାକୁ କୁଠାର ଘାତ କରାଯାଇଥିଲା । ଏଥିନେଇ ବଡ଼ପଡ଼ା ପଂଚାୟତର ସରପଂଚ ଅନନ୍ୟା ଶୁଭସ୍ମିତା ସେଠୀ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ୧୮ ଫେବୃଆରୀ ୨୦୨୬ ରେ ଏକ ରିଟ୍ ପିଟିସନ୍ ନଂ ୧୩୨୦୯ ଆବେଦନ କରିଥିଲେ । ତାଙ୍କ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇ ଜଷ୍ଟିସ ଭି.ନରସିଂହ ଚଳିତ ମାସ ୧ରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏଥିରେ ୨ସପ୍ତାହ ଭିତରେ ନିଷ୍ପତି ନେବାକୁ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥ୍‌ସହ ଗ୍ରାମସଭା ଅନୁମୋଦନ ନଥିବା ବଡ଼ପଡ଼ା ପଂଚାୟତର ୫ଟି ପ୍ରକଳ୍ପ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି । ଅଭିଯୋଗ ଉପରେ ଜିଲାପାଳ ନିଷ୍ପତି ନେବା ପର୍ଯ୍ୟନ୍ତ ଏହି ୫ଟି ପ୍ରକଳ୍ପ ପ୍ରସଂଗରେ ସ୍ଥିତାବସ୍ଥା ବଜାୟ ରଖାଯିବ ବୋଲି ହାଇକୋର୍ଟ କହିଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ ଶିତଳ ଅଗରାଓାଲ, ପଂଚାୟତ ଦାଇତ୍ୱରେ ଥିବା ଯନ୍ତ୍ରୀ ବିନୟ ମିଶ୍ର ପତିଶୟ ଅସାଧୂ ଲୋକଙ୍କୁ ହାତ କରି ତରବରିଆ ଭାବେ ଗ୍ରାମସଭାରେ ଅନୁମୋଦିତ ନହୋଇଥିବା କାର୍ଯ୍ୟକୁ ସାରି ସରକାରୀ ଅର୍ଥ ହଡପ କରିବା ଉଦ୍ଦେଶ୍ୟ ଅଛନ୍ତି ବୋଲି ପଂଚାୟତ ବାସୀ ଅଭିଯୋଗ ଉଠାଇଛନ୍ତି ।ଏନେଇ ବଡପଡା ପଂଚାୟତ ଦାୟୀତ୍ୱରେ ଥିବା ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଗ୍ରାମସଭା କାର୍ଯ୍ୟ ହେବ ବୋଲି ସେପରି କିଛି ମାନେ ନାହିଁ । ସରକାର ନିର୍ଦ୍ଧେଶରେ ରହିଛି କାର୍ଯ୍ୟ ବିଷୟ ଡ୍ରପ ବକ୍ସରେ ପଡିବ ଜିଲାପାଳ ଫାଇନାଲ କଲେ କାର୍ଯ୍ୟ ହେବ । ବନ୍ଦ କରିବା ପାଇଁ ହାଇକୋର୍ଟଙ୍କ ନିଦ୍ଧେଶ ନାହିଁ ନା ଉପରୁ ସେପରି କିଛି ଆଦେଶ ଆସିନାହିଁ ବୋଲି ସେ କହିଥିଲେ ।

Next Post

ଏସ କେ ଉଚ୍ଚ ବିଦ୍ୟାଳୟ ରେ ଗୁରୁ ପୂଜନ ଓ ବନ୍ଧୁ ମିଳନ

Tue May 12 , 2026
ପଟ୍ଟାମୁଣ୍ଡାଇ ୧୧/୫ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶିଧବାଲି ଏସକେ ଉଚ୍ଚ ବିଦ୍ୟାଳୟରେ ୧୯୯୪ ମାଟ୍ରିକ ବ୍ୟାଚ ପକ୍ଷରୁ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସୁଶାନ୍ତ କୁମାର ବାରିକଙ୍କ ସଂଯୋଜନାରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବରେ ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ସଚିତ୍ର ବେହୁରା, ଦିଲ୍ଲୀପ ପରିଡା, ଦିଲ୍ଲୀପ ଖଣ୍ଡାଇ, ସନ୍ତୋଷ ମଳିକ, ସନାତନ ତରାଇ, ମାଗୁଣି ଚରଣ ବାରିକ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading