ଗୀତା ଜ୍ଞାନ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

blank

ପଟ୍ଟାମୁଣ୍ଡାଇ ୮/୧୨ -ପଟ୍ଟାମୁଣ୍ଡାଇ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ଆନୁକୂଲ୍ୟରେ ପବିତ୍ର ଗୀତା ଜ୍ଞାନ ଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗୀତା ଜ୍ଞାନ ଯଜ୍ଞ ଚଳିତ ମାସ ୧୬ ରୁ ୧୮ ପର୍ଯ୍ୟନ୍ତ ତିନିଦିନ ଧରି ବିଶ୍ୱର କଲ୍ୟାଣ ନିମନ୍ତେ ସ୍ଥାନୀୟ ଧ୍ୟାନ ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ଗୋପିନାଥ କର, ବାବା ଦୁଷ୍ମନ୍ତ ସାହୁ,ବାବା ବ୍ରଜ କିଶୋର ପଣ୍ଡା, ବାବା ଅଭିମନ୍ୟୁ ପଢିହାରୀ, ବାବା ପବନୀ ରାଉତ ସଂଯୁକ୍ତା ବିଶ୍ୱାଳ, ନବେନ୍ଦୁ ବାଗଚି, ଗୈାରାଙ୍ଗ ଚରଣ ମହାନ୍ତି , ବିଜୟ ରାୟ ସମେତ ବହୁ ଶିଷ୍ୟଗଣ ଉପସ୍ଥିତ ରହି ଏହି ଗୀତା ଜ୍ଞାନଯଜ୍ଞ ମହୋତ୍ସବ ଶାନ୍ତିଶୁଙ୍ଖଳାର ସହ ପାଳନପାଇଁ କାର୍ଯ୍ୟସୁଚି ପ୍ରସ୍ତୁତ କରାଯାଇଛି । ଏଥିରେ ସମସ୍ତ ଗୀତାପ୍ରେମୀ ସଜନମାନଙ୍କୁ ସାଦର ଆମନ୍ତ୍ରଣ କରାଯିବାର ବ୍ୟାବସ୍ଥା କରାଯାଇଛି। ଏହି ଗୀତା ଜ୍ଞାନ ଯଜ୍ଞରେ ଗୀତାମାତାଙ୍କର ଅମୃତବାଣୀକୁ ଗ୍ରହଣ କରିବା ସହ ପରମହଂସଙ୍କ ଦର୍ଶନ ଓ ଆଶୀର୍ବଚନ ଲାଭ କରିବା ହେବେ । ପ୍ରତ୍ୟେକ ଦିନ ସମସ୍ତ ସର୍ଜନ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ପାଇଁ ଆଲୋଚନା ହୋଇଥିଲା । ଏଥି ନିମନ୍ତେ ସମସ୍ତ ସଦସ୍ୟାସଦସ୍ୟଙ୍କ ସାହାଯ୍ୟ ଓ ସହଯୋଗ କାମନା ରହିବା ଅବଶ୍ୟକ ବୋଲି କୁହାଯାଇଥିଲା । ଶେଷରେ ବାବା ଦୁଷ୍ମନ୍ତ ସାହୁ ଧନ୍ୟବାଦ ଦେଇଛନ୍ତି ।

Next Post

ओडिशा के लिए केंद्र सरकार का बड़ा ऐलान: 45,000 करोड़ रुपये के रोड प्रोजेक्ट्स को मंज़ूरी

Tue Dec 9 , 2025
नई दिल्ली, 9.12: केंद्र सरकार ने ओडिशा में रोड ट्रांसपोर्ट इंफ्रास्ट्रक्चर के डेवलपमेंट के लिए एक बड़े इन्वेस्टमेंट को मंज़ूरी दी है। राज्य के रोड प्रोजेक्ट्स के लिए कुल 44,771 करोड़ रुपये मंज़ूर किए गए हैं। इस कुल रकम में से 30,000 करोड़ रुपये नेशनल हाईवे प्रोजेक्ट्स के लिए मंज़ूर […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading