ଜାତୀୟ ରାଜପଥ ଡ୍ରେନ କାମ ନିମ୍ନମାନର , ସପ୍ତାହେ ପୁରିନି ଫାଟିଲାଣି ସ୍ଲାବ

blank
କେନ୍ଦ୍ରାପଡ଼ା,୨୫ା୪:ଚଣ୍ଡିଖୋଲରୁ ପାରାଦୀପକୁ ୨ହଜାର କୋଟିରୁ ଅଧିକ ଟଙ୍କାରେ ୫୩ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥରୁ ବର୍ଷାଜଳ ନିଷ୍କାସନ ନେଇ ଡ୍ରେନ ନିର୍ମାଣ ଚାଲିଛି। କିନ୍ତୁ ଦାୟିତ୍ୱରେ ଥିବା ଠିକାସଂସ୍ଥା ଡ୍ରେନ ନିର୍ମାଣ କାର୍ଯ୍ୟକୁ ଅତ୍ୟନ୍ତ ନିମ୍ନମାନର କରୁଛନ୍ତି। ଯାହାଫଳରେ ମାତ୍ର ସପ୍ତାହ ମଧ୍ୟରେ ଡ୍ରେନ ଉପରେ ପଡିଥିବା ସ୍ଲାବ ସବୁ ଫାଟିଗଲାଣି। ତେଣୁ ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ନିମ୍ନମାନର କାମକୁ ନେଇ କେନ୍ଦ୍ରାପଡାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବସ୍ୱାଭୀମାନ ମଞ୍ଚପ୍ରଶ୍ନ ଉଠାଇଛି। ମଞ୍ଚର ସଭାପତି ସ୍ମୃତିରଞ୍ଜନ ଜେନା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଠିକାସଂସ୍ଥା ଯେଉଁ କାର୍ଯ୍ୟ କରୁଛି ତାହାକୁ ବିଭାଗୀୟ ଅଧିକାରୀମାନେ ତଦାରଖ କରୁନାହାନ୍ତି। ଯାହାଫଳରେ ରାଜପଥ ନିର୍ମାଣରେ ବହୁ ନିମ୍ନମାନର କାର୍ଯ୍ୟ କରାଯାଉଛି। ଏକମାସ ପୂର୍ବରୁ ଶ୍ୟାମସୁନ୍ଦରପୁର ନିକଟରେ ନିର୍ମାଣାଧିନ ରାସ୍ତାର ୨ଶହ ମିଟର ଭୁଷୁଡି ପଡିଥିଲା। ସେହି ଘଟଣା ସ୍ପଷ୍ଟ କରିଥିଲା ଠିକାସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଛି। ଏହି ଘଟଣା ପରେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚେତିନଥିଲେ। ଏପରିକି କର୍ତ୍ତୃପକ୍ଷ ଠିକାସଂସ୍ଥାକୁ ତାଗିଦ କରିନଥିଲେ। ଏହାଦ୍ୱାରା ଠିକାସଂସ୍ଥାର ସାହାସ ବଢିଲା। ଏଣୁ ଠିକାସଂସ୍ଥା ନିମ୍ନମାନର କାର୍ଯ୍ୟ କରିଚାଲିଲା। ନିକଟରେ ଫୁଟପାଥ କାମ ନିମ୍ନମାନର କରିଥିଲା। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଲେ। ଘଟଣାର ତଦନ୍ତ ହେଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଯାହାଫଳରେ ଠିକାସଂସ୍ଥା ଏବେ ଡ୍ରେନ କାମ ନିମ୍ନମାନର କରୁଛି। କେବଳ ଟିକସଦାତାଙ୍କ ଅର୍ଥ ହରିଲୁଟ କରିବା ପାଇଁ ଠିକାସଂସ୍ଥାକୁ ଲାଇସେନ୍ସ ଦିଆଯାଇଛି। କାରଣ ଠିକାସଂସ୍ଥା ଯାହା କଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଜିଲ୍ଲା ପ୍ରଶାସନର ମଧ୍ୟ ଏହା ଉପରେ କୈାଣସି ଲଗାମ ରହୁନାହିଁ। ଯାହାଫଳରେ ନିମ୍ନମାନର କାର୍ଯ୍ୟ କରାଯାଇ ଜନସାଧାରଣଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ପଥ ପରିସ୍କାର କରାଯାଉଛି ବୋଲି ସ୍ୱାଭିମାନ ମଞ୍ଚର ସଭାପତି ଶ୍ରୀ ଜେନା ଅଭିଯୋଗ କରିଛନ୍ତି।

Next Post

ସି.ଏମ୍ ଟ୍ରଫି ଫୁଟବଲ ଦିତୀୟ ଦିବସ ଆଳି ଓ ନେତାଜି କ୍ଲବ ବିଜୟୀ

Sat Apr 25 , 2026
କେନ୍ଦ୍ରାପଡା ୨୫/୪: ୧୪ବର୍ଷ କମ୍ ବାଳକ ବିଭାଗର ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କାରଣ ଫୁଟବଲ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡିଆ ଠାରେ ଦିତୀୟ ଦିନରେ ଆଳି ଓ ନେତାଜି କ୍ଲବ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ସଂସଦର ସହଯୋଗରେ ଏହି ପ୍ରତିଯୋଗିତା ପ୍ରତ୍ୟକଦିନ ସକାଳ ଏବଂ ଅପରାହ୍ନରେ ଅନୁଷ୍ଠିତ ମ୍ୟାଚରେ ବାଳୀକା ବିଭାଗରେ ଆଳି ପୁଟବଲ ଏକାଡେମୀ ଓ କେନ୍ଦ୍ରାପଡା ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading