ଶିବାନନ୍ଦ ଆଶ୍ରମରେ ଗୀତା ଜୟନ୍ତୀ

blank
କେନ୍ଦ୍ରାପଡ଼ା,୩ା୧୨:କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତଗୀତା ସମ୍ପୂର୍ଣ୍ଣ ପାରାୟଣ ଓ ହବନ ଯଜ୍ଞ ସମ୍ପାଦନ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ନାନ ଏବଂ ତର୍ପଣ କରାଯିବା ପରେ ରୀତି ନୀତି ଅନୁଯାୟି ସମସ୍ତ କାର୍ଯ୍ୟ କରାଯାଇଥିଲା। ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ଗୀତା ପାରାୟଣ, ପଠନ, ହବନ, ଯଜ୍ଞ ଏବଂ ଆରତୀ ପ୍ରଭୃତି କରାଯାଇଥିଲା। ଏଥିସହିତ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଏଥିରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା ଏବଂ ବ୍ରହ୍ମଚାରୀ ନୃସିଂହ ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ନେଇ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

Wed Dec 3 , 2025
କେନ୍ଦ୍ରାପଡ଼ା, ୩ା୧୨: ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ଆଖି ଆଗରେ ରଖି ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ପୌରପରିଷଦର ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading