ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ନେଇ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା, ୩ା୧୨: ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ଆଖି ଆଗରେ ରଖି ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ପୌରପରିଷଦର ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଡେପୁଟି ଡାଇରେକ୍ଟର ପ୍ଲାନିଂ ଆରତୀ ନାୟକଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସମଗ୍ର ବିଶ୍ୱରୁ ଦାରିଦ୍ର‌୍ୟ ଦୂରୀକରଣ ତଥା ସମାନତା ଆଣିବା, ପ୍ରକୃତି ଓ ପ୍ରାକୃତିକ ପରିବେଶର ସ୍ଥାୟୀ ସୁରକ୍ଷା, ଏକ ସୁସ୍ଥ ସୁନ୍ଦର ନିରାମୟ ଜୀବନ ବଞ୍ଚିବା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏବଂ ବିଶ୍ୱକୁ ଶାନ୍ତି ଓ ପ୍ରଗତି ପଥରେ ଆଗେଇ ନେବା ଉଦ୍ଦେଶ୍ୟରେ ସେପ୍େଟମ୍ବର ୨୦୧୫ ମସିହାରେ ମିଳିତ ଜାତିସଂଘ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ୧୯୩ ଟି ସଦସ୍ୟ ରାଷ୍ଟ୍ରଙ୍କ ଦ୍ୱାରା ୧୭ ଟି ଲକ୍ଷ୍ୟ ସ୍ଥିର କରାଯାଇଥିଲା। ଯାହାକି ନିରନ୍ତର ବିକାଶ ଲକ୍ଷ୍ୟ କୁହାଯାଉଛି। ଜିଲ୍ଲାକୁ ଦାରିଦ୍ର‌୍ୟମୁକ୍ତ, କ୍ଷୁଧା ଦୂର କରିବା, ଖାଦ୍ୟ ସୁରକ୍ଷା ତଥା ଉନ୍ନତ ପୁଷ୍ଟିକର ଖାଦ୍ୟ ହାସଲ କରିବା ଓ ନିରନ୍ତର କୃଷିକୁ ପ୍ରୋତ୍ସାହିତ କରିବା, ସୁସ୍ଥ ଓ ନିରାମୟ ଜୀବନ, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତା, ସ୍ୱଚ୍ଛ ଜଳ ଓ ପରିମଳ, ସୁଲଭ ଓ ସ୍ୱଚ୍ଛ ଶକ୍ତି, ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟ ଓ ଅର୍ଥନୈଟିକ ବିକାଶ, ଶିଳ୍ପ, ଉଦ୍ଭାବନ ଓ ଭିତ୍ତିଭୂମି, ଅସମାନତା ହ୍ରାସ, ସହର ଓ ଜନ ସମୁଦାୟର ସ୍ଥାୟୀତ୍ୱ, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ଦୀର୍ଘସ୍ଥାୟୀ ଉତ୍ପାଦନ, ଜଳବାୟୁ ଭିତ୍ତିକ କାର୍ଯ୍ୟପନ୍ଥା, ଜଳ ଭିତରେ ଜୀବନ, ସ୍ଥଳ ଭାଗରେ ଜୀବନ, ଶାନ୍ତି, ନ୍ୟାୟ ଏବଂ ଦୃଢ ପ୍ରତିଷ୍ଠାନ ଏବଂ ଲକ୍ଷ୍ୟ ହାସଲ ନିମନ୍ତେ ସହଭାଗିତା ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ନେଇ ବିକାଶ କରିବା ସହିତ ଲୋକଙ୍କୁ ସଚେତନ କରିବା ଉପରେ ଅତିଥି ମାନେ ଗୁରୁତ୍ୱ ଦେଇଥିଲେ। ଯାଜପୁରର ଡେପୁଟି ଡାଇରେକ୍ଟର ଡିପିଏମୟୁ ଅର୍ଚ୍ଚିତା ଦାସ ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ନେଇ ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିଲେ।

Next Post

ଭିନ୍ନକ୍ଷମ ମାନେ ଜୀବନ ନିର୍ବାହରେ ଯାବତୀୟ କଠିନତାର ସମ୍ମୁଖୀନ କରିଥାନ୍ତି

Wed Dec 3 , 2025
ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ପଟ୍ଟାମୁଣ୍ଡାଇ ୩/୧୨ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ଭିନ୍ନକ୍ଷମ ଦିବସକୁ ନେଇ ଏକ ଆଇନ ସଚେତନା ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରା ଜଜ୍ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading