ବରିଷ୍ଠ ନାଗରିକ ପାଠାଗାରାର ନୂତନ ଗୃହ ଉଦଘାଟିତ

blank
କେନ୍ଦ୍ରାପଡ଼ା,୨୬/୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଆମ ପାଠାଗାରାର ନବନୀତ ଗୃହ ଉଦଘାଟନ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳଙ୍କ ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକର ବି.ଡି.ଓ ଶୀତଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ୍ଡାଖିଆ ଛକଠାରେ ଫିତାକାଟି ଉଦଘାଟନ କରି କହିଥିଲେ ଯେ ଏହି ପାଠାଗାର ବରିଷ୍ଠ ନାଗରିକମାନେ ଏହି ପାଠାଗାରରେ ବହି ପଢି ସେମାନଙ୍କର ସମୟ ଅତିବାହିତ କରିବା ସହିତ ଆଗାମୀ ପିଢିଙ୍କୁ ଉଚିତ ମାର୍ଗରେ ଯିବା ପାଇଁ ପରାମର୍ଶ ଦେଇପାରିବେ । ପ୍ରଥମେ ଗ୍ରାମବାସୀମାନେ ଅତିଥିମାନଙ୍କୁ ଗ୍ରାମ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ପାଠାଗାରକୁ ପଛୋଟି ନେଇଥିଲେ । ସେଠାରେ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ଉକ୍ତ ଉତ୍ସବରେ ଗୋବରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ମିଶ୍ର, ଯୁକ୍ତ ଦୁଇ ସରକାରୀ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଜ୍ଞା ମିଶ୍ର, ବରିଷ୍ଠ ନାଗରିକ ସଂଯୋଜକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ସ୍ୱାଇଁ, ଓଡିଶା ହାଇକୋର୍ଟର ସରକାରୀ ଆଇନ୍‌ଜୀବି ଅବିନାଶ ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅମୂଲ୍ୟ ସ୍ୱାଇଁ, ସମ୍ପାଦକ ସ୍ୱାଧୀନ କୁମାର ସ୍ୱାଇଁ, ଉପଦେଷ୍ଟା ଆଦିକନ୍ଦ ସ୍ୱାଇଁ, ଉପସଭାପତି ଅଜୟ କୁମାର ସ୍ୱାଇଁ, ସହ ସମ୍ପାଦକ ଅଭୟ କୁମାର ନାୟକ, କୋଷାଧ୍ୟକ୍ଷ ହୃଶୀକେଷ ସାହୁ, ଯୁଗ୍ମ ସମ୍ପାଦକ ଅଲେଖ ସେଠୀ ଓ ବିଦ୍ୟାଳୟର ଶିକ୍ଷକ ଚିତ୍ତ ରଞ୍ଜନ ମିଶ୍ର, ଶିକ୍ଷକ ଅକ୍ଷୟ କୁମାର ନାଥ, ଶିକ୍ଷକ ଯଶୋବନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଆୟବା ଗ୍ରାମପଞ୍ଚାୟତର ବହୁ ସଦସ୍ୟ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ମଞ୍ଚ ତରଫରୁ କେନ୍ଦ୍ରାପଡା ବ୍ଲକ ସଂଯୋଜକ ଶିକ୍ଷାବିତ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କୁ “ବରିଷ୍ଠ ନାଗରିକ ସଂଯୋଜକ ସମ୍ମାନ-୨୦୨୬”ରେ ମୁଖ୍ୟ ଅତିଥି ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ମିଶ୍ରଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବର୍ଷା ପ୍ରିୟ ଦର୍ଶନୀ ସେଠୀଙ୍କୁ ୨୦୨୫ ମାଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖିଥିବାରୁ ପୁରସ୍କାର ପ୍ରଦାନ କରାଯାଇଥିଲ । ସର୍ବଜିତ୍ ଦାସ +୨ ବିଜ୍ଞାନରେ ୯୦ ଶତକଡା ନମ୍ବର ରଖିଥିବାରୁ ତାଙ୍କୁ ବିରିଷ୍ଠ ନାଗରିକ ଆୟବା ଗ୍ରାମପଞ୍ଚାୟତ ତରଫରୁ ପୁରସ୍କୃତ କରାଯାଇଥିଲା ।

Next Post

ଫୁଲପାଟଣା ବାସନ୍ତୀ ଦୂର୍ଗା ପୂଜା ମଣ୍ଡପ ବୁଲିଲେ ବିଜେପି ନେତ୍ରୀ

Fri Mar 27 , 2026
ପଟ୍ଟାମୁଣ୍ଡାଇ ତା ୨୭/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା ଠାରେ ବାସନ୍ତୀ ଦୂର୍ଗା ପୂଜା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି । ବହୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଯୋଗ ଦେଇ ମା ଙ୍କ ପୂଜାର ସମସ୍ତ ରୀତି ନୀତି ସମ୍ପନ୍ନ କରିଛନ୍ତି । ୪ଦିନ ବ୍ୟାପି ଆୟୋଜିତ ଏହି ପୂଜା ଉତ୍ସବରେ ପ୍ରତ୍ୟେକ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ଭିକ୍ଷା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading