
ପଟ୍ଟାମୁଣ୍ଡାଇ ତା ୧/୧୨- ପଟ୍ଟାମୁଣ୍ଡାଇ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। କଲେଜ ୟୁଥ ରେଡକ୍ରସ,ଏନ ଏସ ଏସ ଓ ଏନ ସି ସି ପକ୍ଷରୁ ଏଡ଼ସ ସଚେତନତା ପାଇଁ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରାକୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପତାକା ଦେଖାଇ ଉଦଘାଟନ କରିଥିଲେ ।
ଏହି ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଥିଲା । ଏଥିରେ କଲେଜ ଅଧ୍ୟକ୍ଷ ପାତ୍ର ସଭାପତିତ୍ୱ କରି ଏଡ଼ସ ରୋଗର ଭୟାବହତା, ଇତିହାସ ଏବଂ ତାହାର ନିରାକରଣ ଉପରେ କହିଥିଲେ। ଏଥିରେ ନେସନାଲ ୟୁଥ ପଲିସ ରାଜ୍ୟ ସଂଯୋଜକ ସତ୍ୟ ଶ୍ରୀ ସୌମ୍ୟକାନ୍ତ ମହାପାତ୍ର ଏଡ଼ସ ରୋଗର ଭୟାବହତା ଓ ଏହାର ନିରାକରଣ ଉପରେ ଆଲୋକପାତ କରି ଯୁବପିଢୀ ହେଉଛନ୍ତି ଦେଶର ଭବିଷ୍ୟତ ବୋଲି କହିଥିଲେ। ଛାତ୍ରୀଛାତ୍ରମାନେ ସଚେତନ ହେଲେ ଏହି ରୋଗ ସେମାନଙ୍କୁ ଛୁଇଁ ପାରିବ ନାହିଁ। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ୱାନ କରିଥିଲେ। ଆଲୋଚନାଚକ୍ରରେ କଲେଜ ୟୁଥ ରେଡ଼କ୍ରସ କାଉନ ସେଲର ଅଧ୍ୟାପକ ସରୋଜକାନ୍ତ ନାୟକ,ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଓ ଏନ ସି ସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ, ଆଇ କ୍ଯୁ ଏ ସି ସଂଯୋଜକ ଅଧ୍ୟାପକ ସୁଭାଶିଷ ମିଶ୍ର ବିଶ୍ୱ ବ୍ୟାପି ଆତଙ୍କ ସୃଷ୍ଟି କରିଥିବା ଏଡ଼ସ ରୋଗର କାରଣ ଓ ନିରାକରଣ ଉପରେ ଆଲୋକପାତ କରି ଛାତ୍ରୀଛାତ୍ରଙ୍କୁ ସଚେତନ କରାଇ ଥିଲେ । ଏଥିରେ ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ, ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ ଅଧ୍ୟାପକ ରଞ୍ଜନ ବେହେରା, ଅଧ୍ୟାପକ ଭାରତ ଭୂଷଣ ସାହୁ ପରିଚାଳନା କରିଥିଲେ ।
