କେନ୍ଦ୍ରାପଡା ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳନ

blank
କେନ୍ଦ୍ରାପଡ଼ା,୨ା୧୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରେଡକ୍ରସ ସମ୍ପାଦକ ତଥା ମହାବିଦ୍ୟାଳୟ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଯୋଗଦେଇ ଏଡସର ଭୟାବହତା ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରଶାଶନିକ ଅଧିକାରୀ ପୂର୍ଣ୍ଣମାସୀ ପଣ୍ଡା, ଡ. ବାସନ୍ତୀ ଶୁକ୍ଳା, ଅଧ୍ୟାପକ ସୁବ୍ରତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଏଡସର ନିରାକରଣ ଓ ପ୍ରଭାବ ଉପରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟ ମୁଖଶାଳା ସମ୍ମୁଖରେ ଏକ ଏଡସ ସମ୍ପର୍କିତ ଏକ ସଚେତନତା ଧର୍ମୀ ନାଟକ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରେଡକ୍ରସର ସ୍ୱେଛାସେବୀ ମନୋଜ ଲେଙ୍କା, ରଶ୍ମୀଅଞ୍ଜନା ସାହୁ, ପ୍ରତିଭା ରାୟ, ଶୁଭଙ୍କର ସିଂ, ଅଭିନାସ ନାଥ ପ୍ରମୁଖ ପରିଚାଳନା କରିଥିଲେ।

Next Post

ଚୋରା ମଦ ଜବତ, ୪ ଗିରଫ

Tue Dec 2 , 2025
କେନ୍ଦ୍ରାପଡ଼ା,୨ା୧୨- କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପାଟକୁରା ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନୂଆପଡ଼ା ଗ୍ରାମର ସର୍ବେଶ୍ୱର ବେହେରାଙ୍କ ଠାରୁ ଦେଶୀ ରନ୍ଧା ମଦ ଓ ଶାନ୍ତିଲତା ବେହେରାଙ୍କ ଠାରୁ ଦେଶୀ ରନ୍ଧା ମଦ, ବାହାକଣ୍ଡିଆ ଗ୍ରାମର କୈଲାଶ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ବିଦେଶୀ ମଦ ଓ ନିକୁଞ୍ଜ ଜେନାଙ୍କ ଠାରୁ ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading