ବିଶ୍ୱ ପ୍ରାର୍ଥନା ଦିବସ ପାଇଁ ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା,୨୮ା୧୧:ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ଉଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କେନ୍ଦ୍ରାପଡା ନିଶା ନିବାରଣ ସମିତି, ବଳଦେବ ସେନା, ଧର୍ମଜାଗରଣ ସେନାର ସମସ୍ତ ସଦସ୍ୟ ଯୋଗଦେଇ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ଜାନୁଆରୀମାସ ପହିଲାରେ ସମସ୍ତ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ ମାନଙ୍କରେ ଏହି ଦିବସ ନିରାଡମ୍ବର ଭାବେ ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହିତ ଭାରତ ବର୍ଷର ସମସ୍ତ ଶିବାନନ୍ଦ ଆଶ୍ରମରେ ଦୀର୍ଘ ୭ବର୍ଷ ହେବ ଏହି ଦିବସ ପାଳନ ହେଉଛି ବୋଲି ଶ୍ରୀମା ସଭାରେ ସୂଚନା ଦେଇ କହିଥିଲେ। ଏହି କ୍ରମରେ ଭୁବନେଶ୍ୱରର ସମସ୍ତ ମଠ ଓ ମନ୍ଦିରରେ ଗରାପୁର ଗ୍ରାମର ମନୋରଞ୍ଜନ ମହାନ୍ତିଙ୍କ ସହଯୋଗରେ ଦୀର୍ଘ ତିନି ବର୍ଷ ହେବ ଖୁବ ସୁନ୍ଦର ଭାବରେ ପାଳନ କରାଯାଉଛି ବୋଲି ଶ୍ରୀମା କହିଥିଲେ। ଶେଷରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ବଡଠାକୁର ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ସେହିଦିନ ପ୍ରାତଃ ୮ଘଣ୍ଟା ସମୟରେ ସମବେତ ପ୍ରାର୍ଥନା କରାଯିବ ବୋଲି ସଭାରେ ସ୍ଥିର କରାଯାଇଥିଲା। ଏଥିସହିତ ଜଗନ୍ନାଥଧାମ ପୁରୀର ମୁକ୍ତଆକାଶ ରଙ୍ଗମଞ୍ଚରେ ମଧ୍ୟ ଏହି ଦିବସ ସେଦିନ ଅପରାହ୍ନ ୪ଟାରେ କରାଯିବାକୁ ସ୍ଥିର କରାଯାଇଥିଲା। ପ୍ରାର୍ଥନା ଆମକୁ ଶକ୍ତି ଓ ଶାନ୍ତି ପ୍ରଦାନ କରିବା ସହିତ ଭାଇଚାରାର ମଞ୍ଜି ରୋପଣ କରିଥାଏ ବୋଲି ଉପସ୍ଥିତ ଅତିଥିମାନେ ସ୍ୱୀକାର କରିବା ସହ ସବୁ ଧର୍ମମତ ନିର୍ବିଶେଷରେ ଏହି ଦିବସ ପାଳନ କରିବାକୁ ଶ୍ରୀମା ଆହ୍ୱାନ କରିଥିଲେ। ପ୍ରସ୍ତୁତି ବୈଠକରେ ଶିକ୍ଷାବିତ ସର୍ବଶ୍ରୀ ଡ. ଚୈତନ୍ୟ ଚରଣ ପରିଡା, ଶ୍ରୀଧର କୁମାର ମହାନ୍ତି, ଗୋଲଖ ଚନ୍ଦ୍ର ବେହେରା, ଦୈା୍ରପଦୀ ରାଉତ, ଆଦିକନ୍ଦ ରାଉଳ, ନିରୂପମା ଦାସ, ମନୋରଞ୍ଜନ ତ୍ରିପାଠୀ, ପପୁନ କୁମାର ସ୍ୱାଇଁ, ଗାୟତ୍ରୀ ମହାନ୍ତି, ଅଭିମନ୍ୟୁ ଗୋଛାୟତ, ନୃସିଂହ ଚରଣ ତ୍ରିପାଠୀ, ନୃସିଂହ ଚନ୍ଦ୍ର ପତ୍ରୀ, ଗୀତାଞ୍ଜଳି ସ୍ୱାଇଁ, କମଳା ମହାନ୍ତି, ଅଜୟ ସାମଲ, କୈଳାସ ଚନ୍ଦ୍ର ରାଉତ ଓ ପୁନମ ନାୟକଙ୍କ ସମେତ ଆଶ୍ରମର ଅନ୍ତେବାସୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଦୀର୍ଘ ୭ବର୍ଷ ଧରି ଶ୍ରୀମା ଉଦ୍ୟମ କ୍ରମେ ଏହି ଦିବସ ସାରା ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରରେ ପାଳନ କରାଯାଉଥିବାରୁ ଉପସ୍ଥିତ ସମସ୍ତେ ଶ୍ରୀମାଙ୍କ ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶେଷରେ ବ୍ରହ୍ମଚାରୀ ନୃସିଂହ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଆମ ଗାଁରେ ତହସିଲ କାର୍ଯ୍ୟାଳୟ

Fri Nov 28 , 2025
କେନ୍ଦ୍ରାପଡ଼ା,୨୮ା୧୧:କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ ଯୋଗଦେଇ ପଞ୍ଚାୟତବାସୀ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ଏଥିସହିତ ୧୫୦ଟି ଅଭିଯୋଗ ମଧ୍ୟରୁ ୫୦ଟିର ସମାଧାନ କରିଥିଲେ। ୩୮ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। ରାଜସ୍ୱ ନିରୀକ୍ଷକ ଅରକ୍ଷ ଖିଲାର, ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading