ଜାତୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ଯୋଗଦେଇ ଫେରିଲେ ପ୍ରିୟଙ୍କା

blank
କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡ଼ା ବ୍ଲକ ଅଧିନ ଭାଗବତପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦିଳ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଜାତୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ଯୋଗଦେଇ ଫେରି ଆସିଛନ୍ତି। ରାଜ୍ୟରୁ ଏକମାତ୍ର ସରପଞ୍ଚ ଭାବେ ସେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ପଞ୍ଚାୟତରାଜ ବ୍ୟବସ୍ଥା ଉପରେ ହୋଇଥିବା କର୍ମଶାଳାରେ ତାଙ୍କ ବକ୍ତୃତା ବେଶ ପ୍ରଭାବି ଥିଲା। ନିଜ ପଞ୍ଚାୟତରେ ମହିଳାମାନଙ୍କୁ କିପରି ଲିଙ୍ଗଗତ ଭେଦଭାବରୁ ସେ ଊର୍ଦ୍ଧ୍ୱରେ ରଖିଛନ୍ତି ତାହା ଉପରେ ସେ ମତବ୍ୟକ୍ତ କରିଥିଳେ। ସେହିପରି ବାଲ୍ୟ ବିବାହକୁ ରୋକିବା ଓ ବାଲ୍ୟ ବିବାହର କୁପ୍ରଭାବ ସମ୍ପର୍କରେ ସେ କର୍ମଶାଳାରେ କହିଥିଲେ। ନିଜ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତରେ ପରିଣତ କରିଥିବା ମଧ୍ୟ ସେ ନିଜ ବକ୍ତବ୍ୟରେ କହିଥିଲେ। ସେ ଓଡ଼ିଶା ଫେରିବା ପରେ ତାଙ୍କୁ ଭୁବନେଶ୍ୱର ରେଳଷ୍ଟେସନରେ ଉତ୍ସୋସିତ ସମ୍ମର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ସମାଜସେବୀ ରାଜେଶ ପଣ୍ଡା, ବିଜେଡି ନାରୀନେତ୍ରୀ ରିଜୱାନା ବେଗମଙ୍କ ସମେତ ପ୍ରିୟଙ୍କାଙ୍କ ବହୁ ପ୍ରଶଂସକ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।

Next Post

ଆନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ

Sat Mar 8 , 2025
କେନ୍ଦ୍ରାପଡ଼ା,୮ା୩: ୫୧ତମ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ରିମୋଟ୍ ବଟମ୍ ଚିପି ଡିଭିଟି ମାଧ୍ୟମରେ ପ୍ରାୟ ଏକ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପାଖାପାଖି ୫ହଜାର କୋଟି ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାର ଇଚ୍ଛାପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଆଭାଷୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading