ଚୋରା ମଦ ଜବତ ୨ ମହିଳା ସମେତ ୫ କୋର୍ଟ ଚାଲାଣ

blank
କେନ୍ଦ୍ରାପଡ଼ା,୨୦ା୮: ପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ରୁରାଲ ଓ ଜମ୍ବୁ ମେରାଇନ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମାଳିପୁର ଗ୍ରାମର ପ୍ରଶାନ୍ତ ମଳିକ(୩୭)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଡାମରପୁର ଗ୍ରାମର କହେଁଇ ସେଠୀ(୪୧)ଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, ଜମ୍ବୁ ଗ୍ରାମର ନୀଳମାଧବ ମଣ୍ଡଳ(ବୟସ-୪୬) ଙ୍କ ଠାରୁ ୪୬୯ ଲିଟର ଦେଶୀ ରନ୍ଧା ମଦ, ଶିବାନୀ ମଣ୍ଡଳ(୪୫)ଙ୍କ ଠାରୁ ୭୬୮ ଲିଟର ଦେଶୀ ରନ୍ଧା ମଦ ଓ କାଜଲ ମଣ୍ଡଳ (୫୭) ଙ୍କ ଠାରୁ ୮୯୧ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୨୧୭୦ ଲିଟର, ଦେଶୀ, ଦେଶୀ ରନ୍ଧା ମଦ ଓ ବିଦେଶୀ ମଦ ଜବତ କରାଯାଇ ୨ ମହିଳାଙ୍କ ସମେତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରୀକ୍ଷକ କଳ୍ପନା ରାଉତ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Next Post

ପଞ୍ଚାୟତରାଜ ମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ, ବିଭିନ୍ନ ପ୍ରକଳ୍ପର ସମୀକ୍ଷା

Wed Aug 20 , 2025
କେନ୍ଦ୍ରାପଡ଼ା,୨୦ା୮:ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ। ସ୍ଥାନୀୟ ସର୍କିଟ ହାଉସରେ ସନ୍ଧ୍ୟାରେ ଆୟୋଜିତ ସମୀକ୍ଷା ବୈଠକରେ ପାନୀୟ ଜଳ ପ୍ରକଳ୍ପ, ଗ୍ରାମ୍ୟ ଗୃହନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା, ସ୍ୱଚ୍ଛ ଭାରତ ମିଶନ ବ୍ୟତୀତ ଲେବର କାର୍ଡ, ଜବ କାର୍ଡ, ପାନୀୟ ଜଳ ଯୋଗାଣକୁ ସୁଗମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading