କେସିସି (ଏଲ) ପଟ୍ଟାମୁଣ୍ଡାଇ ଶାଖା ୨୨ତମ ସ୍ୱନକ୍ଷତ୍ର ଉତ୍ସବ

blank
ପଟ୍ଟାମୁଣ୍ଡାଇ ୧୩/୩ – କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପଟ୍ଟାମୁଣ୍ଡାଇ ଶାଖାର ୨୨ତମ ସ୍ୱନକ୍ଷତ୍ର ଉତ୍ସବ ସୋସାଇଟି ଶାଖା ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ମାନସ ରଞ୍ଜନ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ କେସିସିଏଲ ସଭାପତି ପ୍ରମୋଦ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀର୍ଘ ୨୨ବର୍ଷ ହେଲା ପଟ୍ଟାମୁଣ୍ଡାଇ ଶାଖା ସରକାରୀ ନୀତି ନିୟମ ମଧ୍ୟରେ ଉତମ ଗ୍ରାହକ ସେବା ଯୋଗାଇବା ସହିତ ପଟ୍ଟାମୁଣ୍ଡାଇ ଅଂଚଳର ଅବହେଳିତ ଗରିବ ଲୋକ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଆର୍ôଥକ ଉନ୍ନତିରେ ସହାୟକ ହୋଇପାରିଛି । ଏହା ଦ୍ୱାରା ଦାରିଦ୍ର‌୍ୟ ଓ ବେକାରୀ ସମସ୍ୟା ଦୂର ହୋଇ ଏକ ଆର୍ଥିକ ସ୍ୱାବଲମ୍ବୀ ସମାଜ ଗଠନ ହୋଇପାରିଛି ବୋଲି ସେ ପ୍ରକାଶ କରିବା ସହିତ ଏହି ଶାଖାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଇ ଅବସରରେ ପଟ୍ଟାମୁଣ୍ଡାଇ ଶାଖାରୁ ବାରମ୍ବାର ଋଣ ନେଇ ଠିକ ସମୟରେ ପରିଶୋଧ କରିଥିବା ଶ୍ରେଷ୍ଠ ଗ୍ରାହକ ପଦ୍ମଜ ନାୟକ ଓ ସ୍ୱର୍ଣ୍ଣଲତା ମଣ୍ଡଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ସହକାରୀ ସମ୍ପାଦକ ଅରବିନ୍ଦ ସାହୁ, ସହକାରୀ ସାଧାରଣ ପରିଚାଳକ ରମେଶ ସେଠୀ ସୁଧ ପରିଚାଳକ ସୟଦ ଅନୟୁର ରାହାମା ଶାଖା ବରିଷ୍ଠ ପରିଚାଳକ ଦେବାଶିଷ ସାହୁ, ପରିଚାଳକ ନିଗମ ସୁନ୍ଦର ରାୟ, ସମେତ ଆଳି ଶାଖା ପଟ୍ଟାମୁଣ୍ଡାଇ, ରାଜନଗର, ସାଲେପୁର ଶାଖା ଆକାଉଂଟାଟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ଶାଖା ମାନେ ପରିଚାଳନା କରିଥିଲେ । ଏହି ଉତ୍ସବରେ ପଟାମୁଣ୍ଡାଇ ଶାଖାର ଗ୍ରାହକ, ସୋସାଇଟି ସଭ୍ୟାସଭ୍ୟ,ଏଜେଂଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇଥିଲେ ।

Next Post

ଏବେକାର ଆରାମଦାୟକ , ଭବିଷ୍ୟତ ପିଢ଼ି ପାଇଁ କାଳ

Thu Mar 13 , 2025
ବିଶ୍ୱର ସମସ୍ତ ଦେଶ, ରାଜ୍ୟ ବିକାଶ ଆଡ଼କୁ ଦ୍ରୁତ ଗତିରେ ବଢିଚାଲୁଛି । ବିକାଶ ଆଡ଼କୁ ଅଗ୍ରଗତି କରି ଲୋକେ କୋଠାବାଟି ଗାଡି ଘୋଡା ବଢିଚାଲିଛି । ବଦ୍ଧିତ ସହରରେ ଲୋକେ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ବିକାଶରେ ସାହାଯ୍ୟ କରିଥିବା ପ୍ରାକୃତିକ ସମ୍ପଦଗୁଡ଼ିକ ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି । ଲୋକେ ନବୀକରଣୀୟ ଶକ୍ତି ଆଡକୁ ମୁହାଁଇବା ଆରମ୍ଭ କରୁଥିବା ବେଳେ ପ୍ରାକୃତିକ ସମ୍ପଦ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading