
ପଟ୍ଟାମୁଣ୍ଡାଇ ୩୧/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇଆଇସି ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ନେଇଥିବା ବେଳେ ବିଭିନ୍ନ ସ୍କୁଲ କଲେଜ ଛାତ୍ରୀଛାତ୍ର ଶିକ୍ଷୟତ୍ରୀ ଶିକ୍ଷକ ସାମିଲ ହୋଇଥିଲେ । ପରେ ଆଇଆଇସି ବାରିକ ଚନ୍ଦନନଗର ଓ ଶାଶନ ହାଇସ୍କୁଲ ପରିସରରେ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଦେଶାତ୍ମବୋଧ ସଙ୍ଗୀତ,ଚିତ୍ରକଳା , ରଂଗୋଲି ଓ ବତ୍କୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିପରି ଆଦର୍ଶ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଓ ଏକତା ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ ଓ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଦୌଡ଼ର ଶୁଭାରମ୍ଭ କରିଥିବ ବେଳେ ଏଥିରେ ଏମ ଏନ ହାଇସ୍କୁଲ, ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି, ସ୍କାଉଟ, ଛାତ୍ରୀଛାତ୍ର ଓ ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇଥିଲେ । ଏହା ପରେ ଏମ ଏନ ହାଇସ୍କୁଲ ଠାରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇ ଗଣ ଶପଥ ପାଠ କରାଯାଇଥିଲା । ଏଇ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ରଙ୍ଗୋଲି ଆଦି ବିଭିନ୍ନ ପ୍ରତିଯୋଗିତାର ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସବଜଜ ଅପୂର୍ବା ଚୌଧୁରୀ, ଜେଏମଏ ସି ବିଦ୍ୟୁତ ଲତା ପ୍ରଧାନ,ସିଭିଲ ଜଜ ଡି କେ ବାଲକ୍ରିଷ୍ଣନ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ରୀୟ ଏକତା ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ସୁରେଶ ନରେନ୍ଦ୍ର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଡ଼ଭୋକେଟ ହୃଦାନନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ । ଏଥିରେ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ,ସହସମ୍ପାଦକ ମନୋଜ ନାୟକ, ଭୀମସେନ ପ୍ରଧାନ,ବିଜୟ ରାଉତ, ଗୀତାଞ୍ଜଳି ପୃଷ୍ଟି, ଭବାନୀ ଶଙ୍କର ପଣ୍ଡା,ପ୍ରଫୁଲ୍ଲ ଦାଶଙ୍କ ସମେତ କୋର୍ଟ କର୍ମଚାରୀ ଯୋଗ ଦେଇଥିଲେ । ଏଇ ଅବସରରେ ରାଷ୍ଟ୍ରୀୟ ଏକତା ଉପରେ ଶପଥ ପାଠ କରାଯାଇଥିଲା ।
