ସିଦ୍ଧ ବାଲାବାବାଙ୍କ ଜନ୍ମ ଉତ୍ସବ ପାଳିତ


କେନ୍ଦ୍ରାପଡା୨୬ା୯ – କେନ୍ଦ୍ରାପଡା ସହର ଗଣାମାହାଲ ସ୍ଥିତ ଗୋପିନାଥଜିଉ, ବିନୋଦବିହାରୀଜିଉ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ପକ୍ଷରୁ ଭାଗବତ ଜନ୍ମ ଉତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡାର ସିଦ୍ଧ ବାଲାବାବା ମହାପୁରୁଷଙ୍କ ବାର୍ଷିକ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା । ଏହି ଅବସରରେ ଶୁକ୍ରବାର ଦିନ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ନଗର କୀର୍ତ୍ତନ ଶୋଭାଯାତ୍ରା ସହ ଆଜ୍ଞାମାଳ ଆସି ମହାପୁରୁଷ ବାଲାବାବାଙ୍କୁ ଅର୍ପଣ କରାଯାଇଥିଲା । ପରେ ଏକ ବିରାଟ ଶୋଭାଯାତ୍ରାରେ ନୂଆ ବସଷ୍ଟାଣ୍ଡ, ପଖରୁ ସହର ପରିକ୍ରମାକରି ସାନ୍ତାସାହି ଦେଇ ବାଲାବାବା ମନ୍ଦିରକୁ ଫେରିଥିଲେ । ଶନିବାର ପ୍ରାତ ୫ଟାରୁ ବାଲାବାବାଙ୍କର ପହଡ ଖୋଲାଯାଇ ମଙ୍ଗଳ ଆଳତି, ମହାସ୍ନାନ ଓ ସିଦ୍ଧ ବାଲାବାବାଙ୍କର ସନ୍ନ୍ୟାସୀ ବେଶ ଅନୁଷ୍ଠିତ ହୋଇଥିଲା । ପରେ ବିଶେଷ ପୂଜନ, ଭାଗବତ ପାଠ ଓ ବାବାଙ୍କର ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ଗତ ରବିବାର ଠାରୁ ଭାଗବତ କଥାମୃତ କରାଯାଇଥିଲା । ଏହି ଜନ୍ମ ଉତ୍ସବରେ ସ୍ଥାନୀୟ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିବା ବେଳେ ସହର ଓ ଆଖପାଖ ଅଞ୍ଚଳରୁ ବହୁଶ୍ରଦ୍ଧାଳୁ ଯୋଗଦେଇ ବାବାଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Next Post

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ୮୦ ବର୍ଷୀୟା ବୃଦ୍ଧା

Sun Sep 27 , 2026
ପଟ୍ଟାମୁଣ୍ଡାଇ ୨୭/୯ – ଅଲୌକିକ ଭାବେ ମୃତ୍ୟୁ ମୁଖରୁ ବର୍ତିଗଲେ ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ ଦୀର୍ଘ ବାଟ ଭାସିଯିବା ପରେ ବି ପାଣିରେ ଜୀବନ ସହ ସଂଗ୍ରାମ କରି ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏଭଳି ଏକ ଚାଂଚଲ୍ୟକର ତଥା ଆଶ୍ଚର୍ଯ୍ୟଜନକ ଘଟଣା ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାଇ, ଯାଜପୁର ଜିଲା ପଳାଖଣ୍ଡ ଗ୍ରାମର ୮୦ ବର୍ଷୀୟା ବୃଦ୍ଧା […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading